ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ଵ ନେଲେ ନିତିନ

add-all

ନୂଆଦିଲ୍ଲୀ:  ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ ଗ୍ରହଣ କରିଛନ୍ତି ବିହାର ମନ୍ତ୍ରୀ ନିତିନ ନବୀନ। ଗତ ରବିବାର ଦଳର ସଂସଦୀୟ ବୋର୍ଡ ଏହି ପଦବୀ ପାଇଁ ନିତିନଙ୍କ ନାମକୁ ମୋହର ମାରିଥିଲା। ଏହା ସହିତ ଆଗାମୀ ଭବିଷ୍ୟତରେ କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡାଙ୍କ ପରେ ନିତିନ ତାଙ୍କ ଉତ୍ତରାଧିକାରୀ ଭାବେ ରାଷ୍ଟ୍ରୀୟ ସଭାପତି ହେବାର ବାଟ ଫିଟିଛି।

୪୫ ବର୍ଷୀୟ ନିତିନ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ସେ ବର୍ତ୍ତମାନ ବିହାର ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ଅଛନ୍ତି। ଏତେ ବଡ଼ ପଦବୀର ଦାୟିତ୍ଵ ନେବାରେ ନିତିନ ସବୁଠୁ କମ ବୟସ୍କ ବ୍ୟକ୍ତି ବୋଲି କୁହାଯାଇଛି।

ad-week
Leave A Reply

Your email address will not be published.