କୋଟିଏ ଟଙ୍କାର ଠକେଇ; ଦମ୍ପତି ଗିରଫ

youtube

ଭୁବନେଶ୍ୱର : ବନ୍ଧା ହେଲେ ବଣ୍ଟି ଅର୍ ବବଲି ।  କୋଟିଏ ଟଙ୍କା ଠକେଇ କରି ଠକ ଦମ୍ପତି ଗିରଫ ।  MCL ର ପୁର୍ବତନ ଚାର୍ଟାଡ ଆକାଉଣ୍ଟାଣ୍ଟ ଓ ତାଙ୍କ ପତ୍ନୀ ଗିରଫ ।  ଚନ୍ଦ୍ରଶେଖର ସାହୁ ଓ ଝରଣା ସାହୁଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଟିମ୍ । ସେୟାର ଟ୍ରେଡିଂ ଆଳରେ କମ୍ପାନି ଖୋଲି ଠକିଥିଲେ ଉଭୟ ଦମ୍ପତି । ମାସକ ମଧ୍ୟରେ ଇନଭେଷ୍ଟମେଣ୍ଟର ଡବଲ ର ମୁନାଫା ଦେଇ ଠକିନେଇଥିଲେ କୋଟିଏ ୬ଲକ୍ଷ ଟଙ୍କା ।  ଏନେଇ ଠକେଇ ଟଙ୍କାକୁ ବିଭିନ୍ନ ରିଟେଲ ମାର୍ଟ ବିଜନେସ ,ଫିସ ପାର୍ମିଂ,ହୋଟେଲ ବିଜନେସ ସମେତ ରିୟଲ ଇଷ୍ଟେଟ ରେ ମଧ୍ୟ ନିବେଶ କରିଥିଲେ ।  ପ୍ରଥମେ ହାଣ୍ଡିଧୁଆ ତାଳଚେର ପରେ ଭୁବନେଶ୍ୱର ପଟିଆରେ ଅଫିସ ଖୋଲି ଅନେକ ଲୋକଙ୍କୁ ଏଭଳି ସେୟାର ଟ୍ରେଡିଂ ଆଳରେ ଚୁନା ଲଗାଇଥିଲେ ଦମ୍ପତି  ।  ଉଭୟଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିବ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଟିମ୍ ।

Leave A Reply

Your email address will not be published.