ଓମାନରେ ସର୍ବୋଚ୍ଚ ପୁରସ୍କାର ଗ୍ରହଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

add-all

ନୂଆଦିଲ୍ଲୀ: ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଓମାନରେ ପହଞ୍ଚିଛନ୍ତି। ଏହି ଅବସରରେ ତାଙ୍କୁ ଓମାନ ତରଫରୁ ସର୍ବୋଚ୍ଚ ନାଗରିକ ପୁରସ୍କାରରେ ସମ୍ନାନିତ କରାଯାଇଛି। ଏହି ଗସ୍ତ ସମୟରେ ଭାରତ ଏବଂ ଓମାନ ମଧ୍ୟରେ ଏକ ବାଣିଜ୍ୟିକ ରାଜିନାମା ସ୍ବାକ୍ଷରିତ ହୋଇଛି। ଏହି ରାଜନାମା ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କକୁ ଆହୁରି ମଜଭୁତ କରିବ।

ପ୍ରଧାନମନ୍ତ୍ରୀ ପ୍ରଥମେ ଜୋର୍ଡାନ ଗସ୍ତ କରିଥିଲେ। ସେଠାରୁ ଇଥିଓପିଆ ଯାଇଥିଲେ। ଗୁରୁ ଗସ୍ତର ଶେଷ ଦିବସରେ ପ୍ରଧାନମନ୍ତ୍ରୀ ଓମାନରେ ପହଞ୍ଚିଥିଲେ। ଓମାନ ରାଜା ହାଇଥାମ ବିନ୍‌ ତାରିକଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ତାରିକ ମୋଦୀଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନ ‘ଅର୍ଡର ଅଫ ଓମାନ’ ସମ୍ମାନରେ ସମ୍ମାନିତ କରିଥିଲେ। 

ad-week
Leave A Reply

Your email address will not be published.