ଘନ କୁହୁଡ଼ି ଯୋଗୁଁ ବିମାନ ଚଳାଚଳ ପ୍ରଭାବିତ, ଏୟାର ଇଣ୍ଡିଆର ଟ୍ରାଭେଲ ଆଡଭାଇଜରୀ ଜାରି

youtube

ନୂଆଦିଲ୍ଲୀ : ଦିଲ୍ଲୀରେ ଘନ କୁହୁଡ଼ି ପାଇଁ ବିମାନ ଚଳାଚଳ ପ୍ରଭାବିତ ଆଶଙ୍କା । ଟ୍ରାଭେଲ ଆଡଭାଇଜରୀ ଜାରି କଲା ଏୟାର ଇଣ୍ଡିଆ । ଦିଲ୍ଲୀ ସମେତ ଉତ୍ତର ଓ ପୂର୍ବ ଭାରତରେ ଘନ କୁହୁଡ଼ି ଲାଗି ରହୁଛି । ବିଭିନ୍ନ ବିମାନବନ୍ଦରରେ ଦୃଶ୍ୟମାନ ଦୂର ହ୍ରାସ ଯୋଗୁ ବିମାନ ଚଳାଚଳ ପ୍ରଭାବିତ ହୋଇପାରେ । ଏଥିପାଇଁ ବିମାନ ଉଡ଼ାଣ ବିଳମ୍ବିତ ଆଶଙ୍କା ରହିଛି ।

ତେଣୁ ଯାତ୍ରୀଙ୍କ ଲାଗି ଟ୍ରାଭେଲ ଆଡଭାଇଜରୀ ଜାରି କରିଛି ଏୟାର ଇଣ୍ଡିଆ । ଯାତ୍ରୀଙ୍କୁ ଘରୁ ଶୀଘ୍ର ନ ବାହାରିବା ପାଇଁ କୁହାଯାଇଛି । ବିମାନ ବନ୍ଦରକୁ ଆସିବା ପୂର୍ବରୁ ଯାତ୍ରୀମାନେ ଏୟାର ଇଣ୍ଡିଆ ୱେବସାଇଟରେ ସେମାନଙ୍କ ଫ୍ଲାଇଟ ସ୍ଥିତି ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.