ଜାନୁଆରୀ ପହିଲାରୁ କଡ଼ାକଡ଼ି ହେବ ଯାନବାହନ ଯାଞ୍ଚ

add-all

ଭୁବନେଶ୍ବର: ଜାନୁଆରୀ ପହିଲାରୁ ରାଜ୍ୟରେ ଯାନବାହନ ଯାଞ୍ଚ କଡ଼ାକଡ଼ି ହେବ। ଏ ନେଇ ସୋମବାର ସୂଚନା ଦେଇଛନ୍ତି ପରିବହନ ଆୟୁକ୍ତ ଅମିତାଭ ଠାକୁର। ସେ କହିଛନ୍ତି ଯେ, ଏମଭିଆଇ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସମସ୍ତେ ସଡ଼କ ସୁରକ୍ଷା ନିୟମ ମାନନ୍ତୁ, ଦୁର୍ଘଟଣାକୁ ରୋକିହେବ।

ସେ ଆହୁରି କହିଛନ୍ତି ଯେ, ସମସ୍ତ ପେଟ୍ରୋଲ ପମ୍ପ ମାଲିକ ଏବଂ ଡିଲରଙ୍କ ସହିତ ଆଲୋଚନା କରାଯାଇଛି। ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର(ପିୟୁସିସି) ସମ୍ପର୍କରେ ପେଟ୍ରୋଲ ପମ୍ପଗୁଡ଼ିକର ଆଉଟଲେଟ୍‌ରେ ଲେଖିବାକୁ କୁହାଯାଇଛି। ପିୟୁସି ପ୍ରମାଣପତ୍ର କରାଇବାକୁ ସେମାନେ ଆଉଟ୍‌ଲେଟରେ ଲେଖିବେ। ଜନସାଧାରଣଙ୍କୁ ପିୟୁସି ପ୍ରମାଣପତ୍ର ବାହାର କରିବା ପାଇଁ ସମୟ ଦିଆଯିବ। ସମସ୍ତେ ଏହି ପ୍ରମାଣପତ୍ର କରିନିଅନ୍ତୁ ବୋଲି ଅମିତାଭ ଅନୁରୋଧ କରିଛନ୍ତି। 

ad-week
Leave A Reply

Your email address will not be published.