
ଉମରକୋଟ: ସରୁନି ମଣ୍ଡି ସମସ୍ୟା । ପ୍ରବଳ ଥଣ୍ଡାକୁ ଖାତିର ନକରି ହାକ ପାଇଁ ରାଜରାସ୍ତାରେ ଧାରଣା । ଶୀତ କାକରରେ ରାତି ସାରା ଧାରଣାରେ ବସିଛନ୍ତି ଚାଷୀ । ଧାନ ଓ ମକା ଅଭାବୀ ବିକ୍ରିକୁ ନେଇ ନବରଙ୍ଗପୁର ଜିଲ୍ଲାର ୩ଟି ବ୍ଲକ ତଥା ଉମରକୋଟ, ଝରୀଗାଁ ଓ ରାଇଘର ବ୍ଲକରେ ଚକଅଖ ବନ୍ଦ କରି ଧାରଣାରେ ବସିଛନ୍ତି ଚାଷୀ ।
ଆନ୍ଦୋଳନକାରୀଙ୍କ ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଲୋଚନା କରାଯାଇଥିଲା ମଧ୍ୟ ବିଫଳ ହୋଇଛି । ପୂର୍ବପରି ଆନ୍ଦୋଳନ ଚାଲୁ ରହିବ ବୋଲି ଆନ୍ଦୋଳନକାରୀ କହିଛନ୍ତି । ଜିଲ୍ଲାରେ ଏକ ମାସ ବିଳମ୍ବରେ ୧୭ ଡିସେମ୍ବରରେ ଖୋଲିଲା ମଣ୍ଡି । ହେଲେ ଆଜି ପର୍ଯ୍ୟନ୍ତ ଜିଲ୍ଲାର କୌଣସି ମଣ୍ଡିରୁ ଧାନ ଉଠିନଥିବା ଅଭିଯୋଗ ହୋଇଛି । ମିଲରଙ୍କଠାରୁ ସରକାର ଗତବର୍ଷର ଟାର୍ଗେଟ ଚାଉଳ ଉଠାଇ ନାହାନ୍ତି । ଫଳରେ ମଣ୍ଡିରୁ ଧାନ ଉଠୁନାହିଁ ।