
ଭୁବନେଶ୍ୱର : ଗାଡ଼ିଚାଳକଙ୍କୁ ଘାରିଲାଣି ପଲ୍ୟୁସନ ସାର୍ଟିଫିକେଟ ଭୟ । ରାଜଧାନୀରେ ଦେଖିବାକୁ ମିଳିଛି ଲମ୍ବାଲାଇନ । ଅଧିକ ଫାଇନ ଓ ପେଟ୍ରୋଲ ନ ମିଳିବା ଭୟରେ PUCC ପଏଣ୍ଟମାନଙ୍କରେ ଲାଗିଛି ଏହି ଲମ୍ବା ଲାଇନ । ବାଇକ ଅଟୋ ଓ କାର ନେଇ ଦୀର୍ଘ ସମୟ ଧରି ଧାଡ଼ିରେ ଛିଡ଼ା ହୋଇଛନ୍ତି ଗାଡ଼ି ଚାଳକ। ନୂଆ ବର୍ଷରୁ ଏହି ନିୟମ କଡାକଡି ପାଳନ କରାଯିବାକୁ ଘୋଷଣା ହୋଇଥିବାରୁ ଲୋକଙ୍କ ମଧ୍ୟରେ ଦେଖା ଦେଇଛି ତତ୍ପରତା ।
ସେହିପରି ପେଟ୍ରୋଲ ପମ୍ପ କର୍ମଚାରୀ ମାନେ ମଧ୍ୟ ପେଟ୍ରୋଲ ପମ୍ପରେ ଗ୍ରାହକଙ୍କୁ ସଚେତନ କରିବେ । ପେଟ୍ରୋଲ ପମ୍ପ ନିକଟରେ pucc ସାର୍ଟିଫିକେଟ କରିବାକୁ ମଧ୍ୟ ବ୍ୟବସ୍ଥା କରାଯିବ । ନିଷ୍ପତ୍ତି ଅନୁଯାୟୀ ପ୍ରଥମଥର ପାଇଁ pucc ଚାଲାଣ କାଟୁଥିଲେ, ଛାଡ଼ କରାଯିବ। ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ପଲ୍ୟୁସନ ସାର୍ଟିଫିକେଟ ନଥିଲେ ଗାଡ଼ିକୁ ମିଳିବନି ପେଟ୍ରୋଲ । ସେପଟେ ସରକାରଙ୍କ ଏ ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଥିବା ବେଳେ ଗହଳିକୁ ଏଡ଼ାଇବାକୁ ବିକଳ୍ପ ବ୍ୟବସ୍ଥା କରିବାକୁ ଦାବି ହୋଇଛି ।