ଅବଧି ଶେଷ ହୋଇଥିଲେ ଡ୍ରାଇଭିଂ ଲାଇସେନ୍ସକୁ ବୈଧ ବିବେଚନା କରାଯିବନି

add-all

ନୂଆଦିଲ୍ଲୀ: ଅବଧି ଶେଷ ହୋଇସାରିଥିବା ଡ୍ରାଇଭିଂ ଲାଇସେନ୍ସକୁ କୌଣସି ପରିସ୍ଥିତିରେ ବୈଧ ବିବେଚନା କରାଯିବ ନାହିଁ ବୋଲି ସୁପ୍ରିମକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟରେ କହିଛନ୍ତି। ଜଷ୍ଟିସ ଏହସାନୁଦ୍ଦିନ ଅମନୁଲ୍ଲା ଓ ଜଷ୍ଟିସ ଏସ.ଭି.ଏନ.ଭଟ୍ଟିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂକ୍ରାନ୍ତରେ ଆଗତ ପିଟିସନ୍‌ର ଶୁଣାଣି କରି କହିଛନ୍ତି ଯେ ମୋଟର ଯାନ (ସଂଶୋଧନ) ଆଇନ, ୨୦୧୯ ଅନୁଯାୟୀ ଯଦି ନବୀକରଣ (ରିନୁଆଲ) ହୋଇନଥାଏ, ତେବେ ଡ୍ରାଇଭିଂ ଲାଇସେନ୍ସ ଅବଧି ଶେଷ ହେବା ପରଦିନଠାରୁ ସଂପୃକ୍ତ ବ୍ୟକ୍ତି ଗାଡି ଚଳାଇବାକୁ ଅଯୋଗ୍ୟ ଘୋଷିତ ହେବେ। ଉକ୍ତ ଆଇନ ସଂଶୋଧିତ ହେବା ପୂର୍ବରୁ ବ୍ୟବସ୍ଥା ଥିଲା ଯେ ଅବଧି ଶେଷ ହେବାର ଏକମାସ ପର୍ଯ୍ୟନ୍ତ ଡ୍ରାଇଭିଂ ଲାଇସେନ୍ସ ବୈଧ ବିବେଚିତ ହେବ। ଲାଇସେନ୍ସ ନବୀକରଣ ପାଇଁ ସଂପୃକ୍ତ ବ୍ୟକ୍ତିଙ୍କୁ ଏକମାସ ଅତିରିକ୍ତ ସମୟ ପ୍ରଦାନ କରାଯାଉଥିଲା। ତେବେ ସଂଶୋଧନ ପରେ ଉକ୍ତ ଅାଇନରେ ଅତିରିକ୍ତ ସମୟ (ଗ୍ରେସ ପିରିୟଡ) ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଛି।

ad-week
Leave A Reply

Your email address will not be published.