ଟାରିଫ ଲାଗୁ କରି ନିଜ ଦେଶ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛନ୍ତି ଟ୍ରମ୍ପ; ଆମେରିକାର ୭୧୭ କମ୍ପାନୀ ଦେବାଳିଆ

add-all

ଆମେରିକା: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସମେତ ବିଭିନ୍ନ ରାଷ୍ଟ୍ର ଉପରେ ଟାରିଫ ଲାଗୁ କରି ନିଜ ଦେଶ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛନ୍ତି। ଟାରିଫ ଲାଗୁ କରି ସେ ଠିକ୍ କରିଛନ୍ତି ବୋଲି ଦାବି କରିଆସୁଛନ୍ତି। ଏହାଦ୍ବାରା ଆମେରିକାକୁ ବହୁ ମାତ୍ରାରେ ରାଜସ୍ବ ମିଳୁଛି ବୋଲି ଟ୍ରମ୍ପ କହୁଛନ୍ତି। କିନ୍ତୁ ପରିସ୍ଥିତି ସମ୍ପୂର୍ଣ୍ଣ ଓଲଟା ହୋଇଗଲାଣି। ରିପୋର୍ଟ ଅନୁସାରେ, ଆମେରିକାର କମ୍ପାନୀଗୁଡ଼ିକ ଏବେ ଦେବାଳିଆ ସ୍ଥିତିକୁ ଚାଲିଆସିଲେଣି। ୨୦୨୫ରେ ଦେଶର ୭୧୭ କମ୍ପାନୀ ନିଜକୁ ଦେବାଳିଆ ଘୋଷଣା କଲେଣି। ଯାହା ବିଗତ ୧୫ ବର୍ଷରେ ସର୍ବାଧିକ। ଏହାର କାରଣ ଟ୍ରମ୍ପଙ୍କ ଟାରିଫ ବୋଲି କମ୍ପାନୀଗୁଡ଼ିକ ଦର୍ଶାଇଛନ୍ତି। ଏହାବ୍ୟତୀତ ଆମେରିକାରେ ବିଭିନ୍ନ ସାମଗ୍ରୀର ଦରଦାମ ବୃଦ୍ଧି ପରିସ୍ଥିତିକୁ ଅଧିକ ଜଟିଳ କଲାଣି।

ଦ ୱାଶିଂଟନ ପୋଷ୍ଟ ରିପୋର୍ଟ ଅନୁସାରେ, ୨୦୨୫ରେ ଆମେରିକାରେ କମ୍ପାନୀଗୁନିକ ଦେବାଳିଆ ହେବା ସଂଖ୍ୟାରେ ବୃଦ୍ଧି ଦେଖିବାକୁ ମିଳିଛି। ଏସ ଆଣ୍ଡ ପି ଗ୍ଲୋବାଲ ମାର୍କେଟ ଇଣ୍ଟେଲିଜେନ୍ସ ତଥ୍ୟ ଅନୁସାରେ, ୨୦୨୫ ଜାନୁୟାରୀରୁ ନଭେମ୍ବର ମାସ ମଧ୍ୟରେ ୭୧୭ କମ୍ପାନୀ ଚାପ୍ଟର ୭ ଏବଂ ଚାପ୍ଟର ୧୧ ଅଧୀନରେ ନିଜକୁ ଦେବାଳିଆ ଘୋଷଣା ପାଇଁ ଆବେଦନ କରିଚନ୍ତି। ୨୦୨୪ ତୁଳନାରେ ଏହା ୧୪% ଅଧିକ ଏବଂ ୨୦୧୦ ପରଠାରୁ ସର୍ବାଧିକ। ଚାପ୍ଟର ୧୧ରୁ ପୁନର୍ଗଠନ ବି କୁହାଯାଇଥା,। ଯାହାଦ୍ବାରା କମ୍ପାନୀ ଅଦାଲତ ଦ୍ବାରା ସଞ୍ଚାଳିତ ପ୍ରକ୍ରିୟା ଅଧୀନରେ ନିଜ ଋଣର ପୁନର୍ଗଠନ କରିତାଏ ଏବଂ ପରିଚାଳନା ଜାରି ରଖିଥାଏ। ଚାପ୍ଟର ୭ ଅନୁସାରେ କମ୍ପାନୀ ବନ୍ଦ ହୋଇଯାଇଥାଏ ଏବଂ ତାହାର ସମସ୍ତ ସମ୍ପତ୍ତି ବିକ୍ରି କରିଦିଆଯାଏ।

ad-week
Leave A Reply

Your email address will not be published.