୮୦ ବର୍ଷ ବୟସରେ ଆଖି ବୁଜିଲେ ବାଂଲାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଖାଲେଦା ଜିଆ

newyr25

ବାଂଲାଦେଶ : ବାଂଲାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ପରଲୋକ । ୮୦ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ବୟସ ଜନିତ ରୋଗରେ ପୀଡ଼ିତ ଥିଲେ । ସେ ଦୀର୍ଘ ଦିନ ଧରି ଲିଭର ସିରୋସିସ୍, ହୃଦରୋଗ, କିଡନୀ ସମସ୍ୟା ଏବଂ ମଧୁମେହ ଭଳି ଅନେକ ଜଟିଳ ରୋଗରେ ପୀଡ଼ିତ ଥିଲେ । ଗତ ନଭେମ୍ବର ମାସରୁ ସେ ଢ଼ାକା ଏଭର କେୟାର ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ପୂର୍ବରୁ ତାଙ୍କ ସ୍ବାସ୍ଥ୍ୟ ଅତ୍ୟନ୍ତ ଖରାପ ଥିଲା । ବାଂଲାଦେଶ ରାଜନୀତିର ଜଣେ ଶ୍ତିଶାଳୀ ନେତ୍ରୀ ତଥା ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଥିଲେ ବେଗମ୍ ଖାଲେଦା ଜିଆ ।

ସେ ୧୯୮୧ ମସିହାରେ ତାଙ୍କ ସ୍ୱାମୀ ତଥା ରାଷ୍ଟ୍ରପତି ଜିଆଉର ରହମାନଙ୍କ ହତ୍ୟା ପରେ ରାଜନୀତିକୁ ଆସିଥିଲେ। ୧୯୯୧ ମସିହାରେ ସେ ବାଂଲାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହୋଇଥିଲେ । ଏହାପରେ ୨୦୦୧ ରୁ ୨୦୦୬ ପର୍ଯ୍ୟନ୍ତ ସେ ଦ୍ୱିତୀୟ ଥର ପାଇଁ ଶାସନ ଗାଦି ସମ୍ଭାଳି ଥିଲେ । ସେ ସାମରିକ ଶାସନ ବିରୋଧରେ ଆନ୍ଦୋଳନ କରି ଚର୍ଚ୍ଚାକୁ ଆସିଥିଲେ । ପରବର୍ତ୍ତୀ ସମୟରେ ସେ ଅନେକ ଦୁର୍ନୀତି ଅଭିଯୋଗ ଏବଂ ଜେଲ୍ ଦଣ୍ଡର ମଧ୍ୟ ସାମ୍ନା କରିଥିଲେ । ଖାଲେଦା ଜିଆ ଏବଂ ଶେଖ୍ ହସିନାଙ୍କ ମଧ୍ୟରେ ଥିବା ଦୀର୍ଘ ଦିନର ରାଜନୈତିକ ଲଢ଼େଇ ପାଇଁ ବାଂଲାଦେଶ ରାଜନୀତି ସାରା ବିଶ୍ୱରେ ପରିଚିତ । ତାଙ୍କ ମୃତ୍ୟୁ ସହିତ ବାଂଲାଦେଶ ରାଜନୀତିର ଏକ ବଡ଼ ଅଧ୍ୟାୟ ଶେଷ ହୋଇଛି ।

Leave A Reply

Your email address will not be published.