
ଆମେରିକା : ଆମେରିକା ସହିତ ଉତ୍ତେଜନା ମଧ୍ୟରେ ଭେନେଜୁଏଲା ରାଜଧାନୀ କାରାକାସର ବିଭିନ୍ନ ସ୍ଥାନରେ ବିସ୍ଫୋରଣ ହୋଇଛି । ଭେନେଜୁଏଲା ସରକାର ଆମେରିକା ଉପରେ ନିଜର ନାଗରିକ ଏବଂ ସୈନ୍ୟ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିବାକୁ ନେଇ ଆମେରିକାକୁ ନିନ୍ଦା କରିଛି । ଏହାରି ଭିତରେ ଆମେରିକାଅ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଦାବି କରିଛନ୍ତି । ଟ୍ରମ୍ପ କହିଛନ୍ତି, ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଆମେରିକା ଅଟକ ରଖିଛି । ମାଦୁରୋ ତାଙ୍କ ପତ୍ନୀଙ୍କ ସହିତ ଦେଶ ଛାଡି ପଳାୟନ କରୁଥିବା ବେଳେ ଅଟକ ରଖାଯାଇଛି ।
ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି, “ଯୁକ୍ତରାଷ୍ଟ୍ର ଭେନେଜୁଏଲା ଏବଂ ଏହାର ନେତା, ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କ ବିରୁଦ୍ଧରେ ଏକ ବିଶାଳ ଆକ୍ରମଣ ସଫଳତାର ସହ ଆରମ୍ଭ କରିଛି । ନିକୋଲାସ ମାଦୁରୋ ଏବଂ ତାଙ୍କ ପତ୍ନୀଙ୍କୁ ଧରାଯାଇ ଦେଶରୁ ବାହାରକୁ ନିଆଯାଇଛି ।
ଭେନେଜୁଏଲାର ରାଜଧାନୀ କାରାକାସରେ ଏୟାରଷ୍ଟ୍ରାଇକ କରିଥିଲା ଆମେରିକା । ଆମେରିକା ସହିତ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଏହା ଆମେରିକାର ବିମାନ ଆକ୍ରମଣ ହୋଇପାରେ ବୋଲି ଆଶଙ୍କା କରାଯାଉଥିଲା । ଏସମ୍ପର୍କରେ ଏବେ ଆମେରିକା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି । ବିସ୍ଫୋରଣ ପରେ ଭେନେଜୁଏଲାର ରାଷ୍ଟ୍ରପତି ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ ।
ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋ ଗୁରୁବାର ଏକ ଇଣ୍ଟରଭ୍ୟୁରେ କହିଛନ୍ତି, ଆମେରିକା ଭେନେଜୁଏଲା ସରକାର ପରିବର୍ତ୍ତନ କରିବାକୁ ଚାପ ପକାଉଛି । ଭେନେଜୁଏଲାର ବିଶାଳ ତେଲ ଭଣ୍ଡାରକୁ ହାସଲ କରିବାକୁ ଚାହୁଁଛି ।
ସେପଟେ ଆମେରିକା ନିଜ ନାଗରିକଙ୍କୁ ଭେନେଜୁଏଲା ଯାତ୍ରା ନ କରିବାକୁ ଆଡଭାଇଜରୀ ଜାରି କରିଛି ।