ଭେନେଜୁଏଲାରୁ ଆମେରିକାରେ ସିଧାସଳଖ ପହଞ୍ଚିବ ୫୦ ମିଲିୟନ ବାରେଲ ତେଲ: ଟ୍ରମ୍ପ

newyr25

ଭେନେଜୁଏଲା : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭେନେଜୁଏଲାକୁ ନେଇ ବଡ଼ ଘୋଷଣା କରିଛନ୍ତି । ଭେନେଜୁଏଲା ତେଲ ଉପରେ ଆମେରିକାର କବଜା କରିଛି ଘୋଷଣା କଲେ ଟ୍ରମ୍ପ । ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଆମେରିକା ସେନା ଗିରଫ କରିବା ପରେ, ବର୍ତ୍ତମାନ ସେଠାକାର ତୈଳ ସମ୍ପଦ ଉପରେ ନିଜର ଆଧିପତ୍ୟ ବିସ୍ତାର କରିବା ଆରମ୍ଭ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ ।

ଭେନେଜୁଏଲାର ଅନ୍ତରୀଣ କର୍ତ୍ତୃପକ୍ଷ ଆମେରିକାକୁ ୩୦ ରୁ ୫୦ ମିଲିୟନ ବାରେଲ୍ ତେଲ ହସ୍ତାନ୍ତର କରିବେ ବୋଲି ଟ୍ରମ୍ପ ଘୋଷଣା କରିଛନ୍ତି । ଏହି ଘଟଣା ବିଶ୍ୱ ରାଜନୀତି ଏବଂ ଅର୍ଥନୀତିରେ ଏକ ବଡ଼ ଆଲୋଡ଼ନ ସୃଷ୍ଟି କରିଛି । ଟ୍ରମ୍ପ ତାଙ୍କର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍ ସୋସିଆଲ୍’ରେ ଏହା ଉଲ୍ଲେଖ କରିଛନ୍ତି ।

ଟ୍ରମ୍ପ ଲେଖିଛନ୍ତି, ଏହି ଉଚ୍ଚମାନର ତେଲକୁ ବଜାର ଦରରେ ବିକ୍ରି କରାଯିବ । ଏହି ବିକ୍ରିରୁ ମିଳିବାକୁ ଥିବା କୋଟି କୋଟି ଟଙ୍କା ସିଧାସଳଖ ଟ୍ରମ୍ପଙ୍କ ନିୟନ୍ତ୍ରଣରେ ରହିବ । ଏହି ଅର୍ଥ ମୋ ଦ୍ୱାରା ନିୟନ୍ତ୍ରିତ ହେ ବ। ଯାହା ଦ୍ୱାରା ଏହା ଭେନେଜୁଏଲା ଏବଂ ଆମେରିକା ଲୋକଙ୍କ କଲ୍ୟାଣ ପାଇଁ ବ୍ୟବହାର କରାଯାଇପାରିବ । ଏହି ଯୋଜନାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଟ୍ରମ୍ପ ଆମେରିକାର ଶକ୍ତି ସଚିବ କ୍ରିସ୍ ରାଇଟଙ୍କୁ ଦାୟିତ୍ୱ ଦେଇଛନ୍ତି । ବିଶାଳକାୟ ଜାହାଜ ସାହାଯ୍ୟରେ ଭେନେଜୁଏଲାର ତେଲକୁ ସିଧାସଳଖ ଆମେରିକା ବନ୍ଦରକୁ ଅଣାଯିବ। ବର୍ତ୍ତମାନର ଦର ଅନୁସାରେ ଏହି ତେଲର ମୂଲ୍ୟ ପ୍ରାୟ ୨.୮ ବିଲିୟନ ଡଲାର । ଭାରତୀୟ ମୁଦ୍ରାରେ ପ୍ରାୟ ୨୩ ହଜାର କୋଟିରୁ ଅଧିକ ହେବ । ଟ୍ରମ୍ପଙ୍କ ଏହି ଘୋଷଣା ପରେ ଅନ୍ତର୍ଜାତୀୟ ବଜାରରେ ତେଲ ଦରରେ ସାମାନ୍ୟ ହ୍ରାସ ଦେଖିବାକୁ ମିଳିଛି ।

Leave A Reply

Your email address will not be published.