ଏସଆଇଆର ପୂର୍ବରୁ ଦିଲ୍ଲୀ ପୋଲିସର କାର୍ଯ୍ୟାନୁଷ୍ଠାନ, ୨୦ ବାଂଲାଦେଶୀ ଗିରଫ

newyr25

ନୂଆଦିଲ୍ଲୀ : ଭାରତର ବିଭିନ୍ନ ରାଜ୍ୟରେ ଅବୈଧ ବାଂଲାଦେଶୀଙ୍କୁ ଖୋଜା ଚାଲିଛି । ପୋଲିସ ଦ୍ବାରା ଅନେକ ମାତ୍ରାରେ ଅବୈଧ ଭାବେ ରହୁଥିବା ବାଂଲାଦେଶୀଙ୍କୁ ଗିରଫ କରାଯାଇ ଫେରିଯିବାକୁ କୁହାଯାଉଛି । ଏପରି ସ୍ଥଳେ ଦିଲ୍ଲୀ ପୋଲିସ ବଡ଼ ଆକ୍ସନ ନେଇଛି । ପୋଲିସ କାର୍ଯ୍ୟାନୁଷ୍ଠାନ ନେଇ ଦିଲ୍ଲୀ ଭିତରୁ ୨୦ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରିଛି ।

ଦିଲ୍ଲୀରେ ଏସଆଇଆର ପ୍ରକ୍ରିୟା ପୂର୍ବରୁ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଛି । ପୋଲିସ ଦ୍ବାରା ୨୦ ବାଂଲାଦେଶୀ ନାଗରିକଙ୍କ ଧରିଛି । ସମସ୍ତ ବାଂଲାଦେଶୀ ନାଗରିକ ଅବୈଧ ଭାବେ ଭାରତରେ ରହୁଥିଲେ । ଧରାଯାଇଥିବା ଅବୈଧ ଲୋକଙ୍କ ପାଖରୁ କିଛି ଭାରତୀୟ ପରିଚୟ ପତ୍ର ଜବତ ହୋଇଛି ।

ନିର୍ବାଚନ କମିଶନ ଆୟୋଗ ଖୁବଶୀଘ୍ର ଦିଲ୍ଲୀରେ ଏସଆଇଆର କରାଯିବ । ଦିଲ୍ଲୀରେ ଏହି ପ୍ରକ୍ରିୟା ୩ଟି ପର୍ଯ୍ୟାୟରେ ହେବ । ପ୍ରଥମ ପର୍ଯ୍ୟାୟରେ ବିହାରରୁ ଏସଆଇଆର କରାଯାଇଥିଲା । ଦ୍ବିତୀୟ ପର୍ଯ୍ୟାୟରେ ଏସଆଇଆର ଦେଶର ୧୨ଟି ରାଜ୍ୟରେ କରାଯିବ ।

Leave A Reply

Your email address will not be published.