ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପାଇଁ ଅଧିସୂଚନା ଜାରି, ୨୦ରେ ଦଳକୁ ମିଳିବ ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ

newyr25

ନୂଆଦିଲ୍ଲୀ : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପାଇଁ ନୋଟିଫିକେସନ ଜାରି ହୋଇଛି । ଆସନ୍ତା ୨୦ ତାରିଖରେ ବିଜେପିକୁ ମିଳିବ ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ । ଜାନୁଆରୀ ୨୦ ତାରିଖରେ ନୂଆ ରାଷ୍ଟ୍ରୀୟ ସଭାପତିଙ୍କ ନାମ ଘୋଷଣା କରିବ ବିଜେପି । ଜାନୁଆରୀ ୧୯ ତାରିଖରେ ଏହି ପଦବୀ ପାଇଁ ନାମାଙ୍କନ ଦାଖଲ କରାଯିବ ।

ନୋଟିଫିକେସନ ଅନୁଯାୟୀ, ଜାନୁଆରୀ ୧୬ରେ ନିର୍ବାଚକ ମଣ୍ଡଳୀ ମତଦାତାଙ୍କ ତାଲିକା ପ୍ରକାଶ କରିବ । ଜାନୁଆରୀ ୧୯ ତାରିଖ ଅପରାହ୍ନ ୨ଟାରୁ ୪ଟା ଯାଏଁ ନାମାଙ୍କନ ଦାଖଲ ହେବ । ଅପରାହ୍ନ ୪ଟାରୁ ୫ଟା ନାମାଙ୍କନ ଯାଞ୍ଚ ହେବ । ୫ଟାରୁ ୬ଟା ମଧ୍ୟରେ ନାମାଙ୍କନ ପ୍ରତ୍ୟାହାର ହେବ । ଆବଶ୍ୟକ ପଡିଲେ ଭୋଟିଂ ହେବ । ୨୦ ତାରିଖରେ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନାଁ ଘୋଷଣା ହେବ । ଏବେ ନୀତିନ ନବୀନ କାର୍ଯ୍ୟକାରୀ ଅଧ୍ୟକ୍ଷ ଅଛନ୍ତି ।

ଅନୁମାନ କରାଯାଉଛି ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ନୀତିନ ନବୀନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବେ । ଗତ ବର୍ଷ ଡିସେମ୍ବର ୧୪ ତାରିଖରେ ଦଳର ଜାତୀୟ କାର୍ଯ୍ୟକାରୀ ସଭାପତି ଭାବେ ତାଙ୍କୁ ନିଯୁକ୍ତ କରାଯାଇଥିଲା । ସେହି ଦିନଠାରୁ ଅନୁମାନ କରାଯାଉଥିଲା ନୀତିନ ନବୀନ ହିଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇପାରନ୍ତି । ନୀତିନ ନବୀନ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦବୀ ପାଇଁ ନାମାଙ୍କନ ଦାଖଲ କରିବେ । ସେ ହିଁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବେ ।

Leave A Reply

Your email address will not be published.