ଫେବୃଆରୀ ୩ ରୁ ୫ ତାରିଖ ଯାଏଁ ଆୟୋଜିତ ହେବ ସୁନାପୁର ବେଳାଭୂମି ମହୋତ୍ସବ…

newyr25

ବାଚସ୍ପତି ସୁରମା ପାଢ଼ୀ କରିବେ ଉଦ୍ଘାଟନ,..

ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଆଜି ସୁନାପୁର ଇକୋ ରିଟ୍ରିଟ ପରିସରରେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ଯାନ ସାମନ୍ତରାୟ ସୂଚନା ଦେଇଛନ୍ତି।

ଅସୀମା ପଣ୍ଡା, ସୁଜ୍ଞାନୀ, ଶୈଳେନ୍ଦ୍ର-ସୋହାନୀ ଓ ମହମ୍ମଦ ଅଲ୍ଲି ଏଵଂ ଅରୁଣିତା କାଞ୍ଜିଲାଲ୍ ରହିବେ ମୁଖ୍ୟ ଆକର୍ଷଣ

ବ୍ରହ୍ମପୁର : ଚିକିଟି ନିର୍ବାଚନ ମଣ୍ଡଳୀର ହୃତ ଗୌରବକୁ ଫେରେଇ ଆଣିବା ପାଇଁ ଚଳିତ ବର୍ଷ ମହା ସମାରୋହରେ ସୁନାପୁର ବେଳାଭୂମି ମହୋତ୍ସବ ଫେବୃଆରୀ ୦୩ ରୁ ୦୫ ତାରିଖ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି l
ବିଧାୟକ ଶ୍ରୀ ସାମନ୍ତରାୟ ସୁନାପୁର ବେଳାଭୂମି ମହୋତ୍ସବ ସମ୍ପର୍କିତ ସବିଶେଷ ସୂଚନା ପ୍ରଦାନ କରିଥିଲେ । ଚିକିଟିସ୍ଥିତ ମା ବାଳକୁମାରୀ ଓ ମା ବଗଳାମୁଖୀ ମନ୍ଦିର, ଜୟନ୍ତିପୁରସ୍ଥିତ ମା ପଶ୍ଚିମେଶ୍ବରୀ ମନ୍ଦିର, ପାତ୍ରପୁରସ୍ଥିତ ମା କୁଠାରୀଶ୍ୱରୀ, ସୁନାପୁରସ୍ଥିତ ମା ଫୁଲକାଶୁଣୀ ଗ୍ରାମ ଦେବତୀଙ୍କ ଠାରୁ ଆଶୀର୍ବାଦ ଓ ଆଂଜ୍ଞା ମାଳ ଆଣି ପଣ୍ଡିତ, ସାଧୁସନ୍ଥଙ୍କ ଦ୍ୱାରା ସମୁଦ୍ର ଆଳତି କରାଯାଇ ସୁନାପୁର ବେଳାଭୂମି ମହୋତ୍ସବର ଶୁଭାରମ୍ଭ କରାଯିବ । ଓଡିଶା ବିଧାନ ସଭାର ବାଚସ୍ପତି ସୁରମା ପାଢ଼ୀଙ୍କ ସମେତ ବହୁ ବିଭାଗର ମନ୍ତ୍ରୀ, ବ୍ରହ୍ମପୁର ସାଂସଦ d. ପ୍ରଦୀପ କୁମାର ପାଣିଗ୍ରାହୀ ଏବଂ ବହୁ ବିଧାୟକ ଯୋଗଦେବେ ବୋଲି କହିଛନ୍ତି ବିଧାୟକ। ଏହି ମହୋତ୍ସବରେ ଲୋକମାନଙ୍କର ଭରପୁର ମନୋରଞ୍ଜନ ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ଯକ୍ରମର ଆୟୋଜନ କରାଯିବ । ଏହି ମହୋତ୍ସବର ଓଡିଶାର ସୁପରିଚିତ ଗାୟିକା ଅସୀମା ପଣ୍ଡା, ଦ୍ବିତୀୟ ଦିବସରେ ଗାୟିକା ସୁଜ୍ଞାନୀ ମହାପାତ୍ର, ଓଲିଉଡ୍ ର ଡ୍ଯାନ୍ସର ଶୈଳେନ୍ଦ୍ର-ସୋହାନୀ ଓ ଟଲିଉଡ୍ ର ହାସ୍ଯ ଅଭିନେତା ମହମ୍ମଦ ଅଲ୍ଲି ଏବଂ ତୃତୀୟ ଦିବସରେ ଇଣ୍ଡିଆନ୍ ଆଇଡଲ୍ ଜରିଆରେ ନା କମେଇଥିବା ଅରୁଣିତା କାଞ୍ଜିଲାଲ୍ ଯୋଗଦେବେ । ଏହା ସହିତ ଫେବୃୟାରୀ ୩ ତାରିଖ ସକାଳ ୮ଘଟିକା ସମୟରେ ଏକ ମାରାଥନ୍ ଆୟୋଜନ ହେବ । ଏହି ମାରାଥନ୍ ସୁରଳ ଛକରୁ ଆରମ୍ଭ ହୋଇ ଜଗପୁରରେ ଶେଷ ହେବ ବୋଲି ଜିଲ୍ଲାପାଳ ଓ୍ବି କୀର୍ତ୍ତୀ ଓ୍ବାସନ୍ ସୂଚନା ଦେଇଛନ୍ତି ।
ଆଜିର ସାମ୍ବାଦିକ ସମ୍ମିଳନୀରେ ସାଂସଦଙ୍କ ପ୍ରତିନିଧି ମିନା ଦ୍ଯାନସାମନ୍ତରାୟ, ବ୍ରହ୍ମପୁର ଉପ ଜିଲ୍ଲାପାଳ ଅବିନାଶ କୁମାର, ସ୍ଥାନୀୟ ସମିତି ସଭ୍ୟ ଅମୂଲ୍ଯ ବେହେରା, ଚିକିଟି ଓ ପାତ୍ରପୁର ତହସିଲଦାର ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୌରଭ ପ୍ରଧାନଙ୍କ ସମେତ ଅନ୍ଯାନ୍ୟ ଅଧିକାରୀ ଓ ଆୟୋଜକମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.