ଟ୍ରମ୍ପଙ୍କୁ ମିଳିଲା ସିନେଟର ସବୁଜ ସଙ୍କେତ, ଇରାନ ଉପରେ ଆକ୍ରମଣ ଜାରି ରଖିବ ଆମେରିକା !

newyr25

ନୂଆଦିଲ୍ଲୀ: ଟ୍ରମ୍ପଙ୍କୁ ମିଳିଲା ସିନେଟର ସବୁଜ ସଙ୍କେତ । ଇରାନ ଉପରେ ଆମେରିକାର ଆକ୍ରମଣ ଜାରି ରହିବ! ।  ସିନେଟରେ ହାରିଲେ ବିରୋଧୀ ।  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଇରାନ ବିରୋଧୀ ସାମରିକ ଅଭିଯାନକୁ ରୋକିବା ପାଇଁ ଅଣାଯାଇଥିବା ପ୍ରସ୍ତାବ ଆମେରିକା ସିନେଟ୍ ରେ ଖାରଜ ହୋଇଯାଇଛି । ୪୭-୫୩ ଭୋଟରେ ଏହି ବିଲ୍ କାଟ ପରେ ଏବେ ଟ୍ରମ୍ପ କଂଗ୍ରେସର ଅନୁମତି ବିନା ଇରାନ ଉପରେ ଆକ୍ରମଣ ଜାରି ରଖିପାରିବେ ।  ଫେବୃଆରୀ ୨୮ରୁ ଇସ୍ରାଏଲ୍ ସହ ମିଶି ଆମେରିକା ଅପରେସନ୍ ଏପିକ ଫ୍ୟୁରି ଆରମ୍ଭ କରିଥିଲା । ଏଥିରେ ଇରାନର ସର୍ବୋଚ୍ଚ ନେତା ଆୟାତୁଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ହୋଇଛି ।

ଡେମୋକ୍ରାଟ୍ ନେତାମାନେ ଏହି ଯୁଦ୍ଧକୁ ବେଆଇନ ବୋଲି କହୁଥିବାବେଳେ, ଟ୍ରମ୍ପ ପ୍ରଶାସନ ଏହାକୁ ଆମେରିକାର ସୁରକ୍ଷା ପାଇଁ ଜରୁରୀ ବୋଲି ଦର୍ଶାଇଛନ୍ତି ।  ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ ୬ ଜଣ ଆମେରିକୀୟ ସୈନିକ ପ୍ରାଣ ହରାଇଲେଣି ।  ଟ୍ରମ୍ପ କହିଛନ୍ତି ଯେ ଏହି ଅଭିଯାନ ଆହୁରି ୪ ସପ୍ତାହ ପର୍ଯ୍ୟନ୍ତ ଚାଲିପାରେ ।  ସିନେଟ୍ ରେ ଏହି ପ୍ରସ୍ତାବ କାଟ୍ ହେବା ପରେ ଟ୍ରମ୍ପଙ୍କୁ ଯୁଦ୍ଧ ପାଇଁ ପୂରା ସ୍ୱାଧୀନତା ମିଳିଯାଇଛି ।  ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣରେ ଏଯାଏ ହଜାରେରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ଏନେଇ ଆମେରିକା ସରକାରୀ ମିଡିଆ ପକ୍ଷରୁ ସୂଚନା ଦିଆଯାଇଛି ।  ଦିନ ଗଡୁଥିବା ବେଳେ ଯୁଦ୍ଧ ଲମ୍ବୁଛି ।

Leave A Reply

Your email address will not be published.