
ରାୟଗଡ଼ା: ଶିଶୁକୁ ଅପହରଣ ପରେ ଗଳାକାଟି ହତ୍ୟା । ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଚାଟିକଣା ଅଞ୍ଚଳରେ ଜଣେ ୫ ବର୍ଷର ଶିଶୁକୁ ଅପହରଣ ପରେ ଗଳାକାଟି ହତ୍ୟା କରାଯାଇଛି । ଏହାକୁ ନେଇ ସାଧାରଣରେ ଆଲୋଡନ ସୃଷ୍ଟି ହୋଇଛି । ଚାଟିକଣା ଷ୍ଟେସନ ସାହି ର ପୁରୁଷୋତ୍ତମ ଗନ୍ତାୟତଙ୍କ ପୁଅ ଋଷି ଗନ୍ତାୟତଙ୍କଙ୍କୁ କେହି ଅପହରଣ କରି ନେଇଥିଲା । ପରେ ପୁରୁଷୋତ୍ତମଙ୍କ ସମ୍ପର୍କୀୟଙ୍କୁ ଏକ ଅଜଣା ନମ୍ବରରୁ ମେସେଜ ଆସିଥିଲା । ପରେ ପରିବାର ଲୋକ ଦିନସାରା ଖୋଜାଖୋଜି କରିଥିଲେ ମଧ୍ୟ ଋଷିର ପତ୍ତା ପାଇନଥିଲା ।
ଗତକାଲି ବିଳମ୍ବିତ ରାତିରେ ବସ୍ତା ଭିତରୁ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯାଇଥିଲା । ଘଟଣାରେ ଜଣଙ୍କୁ ଥାନାରେ ଅଟକ ରଖାଯାଇ ପଚରାଉଚରା କରାଯାଉଛି । କେହି ସମ୍ପର୍କୀୟ ଏହି ଘଟଣାରେ ଲିପ୍ତ ଥିବା ସନ୍ଦେହ କରାଯାଉଛି ।