ପୋଖରୀରେ ବୁଡ଼ିଗଲେ ୨ ନାବାଳିକା

add-all

ମୟୁରଭଞ୍ଜ: ପୋଖରୀରେ ବୁଡି ଦୁଇ ନାବାଳିକା ସାଙ୍ଗଙ୍କ ସଲିଳ ସମାଧି। ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି କପ୍ତିପଦା ଥାନା ବଡ଼ଖଲାଡି ନଛିପୁର ଗାଁରେ।  ଦାଣ୍ଡଘାଟ ଦେହୁରୀ ସାହି ବିଦ୍ୟାଳୟରେ ପାଠ ପଢ଼ୁଥିବା ଦୁଇ ସାଙ୍ଗ ୭ ବର୍ଷ ର ଶୁଭସନ୍ଧ୍ୟା ନାୟକ ଏବଂ ୮ ବର୍ଷ ର ରାଜଲକ୍ଷ୍ମୀ ଶଙ୍ଖୁଆଳ ବିଦ୍ୟାଳୟ ରୁ ଫେରି ଗାଧୋଇବା ନିମନ୍ତେ ଘର ନିକଟ ପୋଖରୀ କୁ ଯାଇଥିଲେ।

ଅସାବଧାନତାବଶତଃ ଉଭୟ ପାଣିରେ ବୁଡି ଯାଇଥିଲେ।  ତୁରନ୍ତ ପରିବାର ଲୋକେ ଉଭୟଙ୍କୁ ଉଦ୍ଧାର କରି କପ୍ତିପଦା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।  ଏକାସଙ୍ଗେ ଦୁଇ ନାବାଳିକା ପୋଖରୀରେ ବୁଡି ମୃତ୍ୟୁ ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

ad-week
Leave A Reply

Your email address will not be published.