ଗ୍ୟାସ ସିଲିଣ୍ଡର ପାଇଁ ଡିପୋରେ ଲମ୍ବା ଲାଇନ୍

newyr25

ଭୁବନେଶ୍ବର: ବଢ଼ିଲା ଗ୍ୟାସ ଟେନସନ୍ । ପ୍ରଥମେ ଏଲପିଜି ସିଲିଣ୍ଡର ରେଟ୍ ବଢ଼ିଲା ।  ଏବେ ମିଳୁନି ।  ହାଣ୍ଡିଶାଳକୁ ଗ୍ୟାସ ଚଡ଼କ ।  ସିଲିଣ୍ଡର ପାଇଁ ଲାଗିଛି ଲମ୍ବା ଲାଇନ୍ । ରାଜଧାନୀ ଭୁବନେଶ୍ବରରେ ଏହି ସ୍ଥିତି ।  ଗତକାଲି ରାତିରୁ ଲାଗି ରହିଛି ଲମ୍ବା ଧାଡି । ଗ୍ୟାସ ସିଲିଣ୍ଡରେ ନେବାକୁ ଜଗି ରହିଛନ୍ତି ଗ୍ରାହକ ।

ଭୁବନେଶ୍ବର ଖଣ୍ଡଗିରି ଲିଙ୍ଗରାଜ HP ଗ୍ୟାସ ଷ୍ଟେସନ୍ ସାମ୍ନାରେ ଲାଗିଛି ଗ୍ରାହକଙ୍କ ଲମ୍ବା ଲାଇନ୍ । ରୋଷେଇ ପାଇଁ ଘରେ ଗ୍ୟାସ ନାହିଁ। ଲୋକେ ହଇରାଣ ହେଉଛନ୍ତି । ୨୦ -୨୫ ଦିନ ହେଲା ଗ୍ୟାସ ବୁକ୍ କରି ଥିଲେ ବି ଗ୍ୟାସ ଡେଲିଭରୀ ହୋଇ ପାରିନି ।  ଗ୍ୟାସ ଲିଟର ପିଛା ୧୧୦ ଟଙ୍କା ଦେଇ କଳା ବଜାରରୁ କିଣୁଥିବା ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.