
କେନ୍ଦୁଝର : କେନ୍ଦୁଝର ଥାନା ଅଂଚଳରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଗୋଡ ଖସିଯିବାରୁ ପାଣିରେ ବୁଡି ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ପୋଖରୀରେ ଖସିଗଲା ଗୋଡ଼, ଦୁଇ ଭାଇଙ୍କ ସଲିଳ ସମାଧି । କେନ୍ଦୁଝର ସଦର ଥାନା ରାଇସୁଆଁ ପୁରଣା ଥାନା ପାଖ ପୋଖରୀରେ ଗାଧୋଇବା ସମୟରେ ବୁଡ଼ି୨ ଭାଇଙ୍କ ମୃତ୍ୟୁ ହୋଇଛି । ମୃତକମାନେ ହେଲେ ଖୁସାଲ ଅନସାରୀ ଓ ଅମାନନ ଅନସାରୀ ।
ଜଣଙ୍କର ବୟସ ୮ ବର୍ଷ ଏବଂ ଅନ୍ୟ ଜଣଙ୍କ ବୟସ ୯ ବର୍ଷ । ଉଭୟ ଗାଧୋଉ ଥିବା ବେଳେ ଗୋଡ଼ ଖସି ଯିବାରୁ ପୋଖରୀରେ ବୁଡ଼ି ଯାଇଥିଲେ । ଉଭୟଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଟିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଜନ ସଚେତନତା ଅବହେଳାରୁ ଦୈନିକ ଏପରି ଅଘଟଣମାନ ଘଟିଚାଲିଛି । ଛୋଟ ପିଲାଙ୍କୁ ଠିକ ଭାବେ ନଜର ଦେଉନଥିବାରୁ ରାଜ୍ୟରେ ପ୍ରତିଦିନ ପାଣିରେ ବୁଡି ବହୁ ଶିଶୁଙ୍କର ମୃତ୍ୟୁ ଘଟୁଛି ।