କାଠଯୋଡି ପଠାରେ ପ୍ରଚଣ୍ଡ ଶବ୍ଦ, ଲୋକେ ଛାନିଆଁ

newyr25

କଟକ : କଟକ ଗୋପାଳପୁର ବଢ଼େଇ ସାହି ନିକଟ କାଠଯୋଡି ନଦୀ ପଠାରେ ଏକ ଭୟଙ୍କର ଶବ୍ଦ ଶୁଣିବାକୁ ମିଳିଛି । ଶବ୍ଦର ତୀବ୍ରତା ଏତେ ଜୋର୍ ଥିଲା ଯେ ଶବ୍ଦ ହେବା ସ୍ଥାନ ଠାରୁ ୧୦ କିଲୋମିଟର ପର୍ଯ୍ୟନ୍ତ ଶବ୍ଦ ଶୁଣାଯାଇଥିଲା । ଏପରିକି କିଛି ଲୋକଙ୍କ ଘରର କାଚ ଝରକା ଭାଙ୍ଗି ଯାଇଥିବା ନେଇ ଲୋକେ ଅଭିଯୋଗ କରିଛନ୍ତି । ବିସ୍ଫୋରଣ ସ୍ଥାନରେ ପ୍ରବଳ ଧୂଆଁ ଆକାଶକୁ ଲମ୍ବିଥିବା ଦେଖିବାକୁ ମିଳିଥିଲା ।

ସୂଚନାନୁଯାୟୀ, ଆଜି ଅପରାହ୍ନରେ କାଠ ଯୋଡି ନଦୀ ପଠାରେ ହଠାତ୍ ଜୋର୍ ରେ ଶବ୍ଦ ହେବାରୁ ସ୍ଥାନିୟ ଲୋକ ଆତଙ୍କିତ ହୋଇ ପଡ଼ିଥିଲେ । ଏତେ ଜୋର୍ ରେ ଶବ୍ଦ ହେଲା ବୋଲି ଲୋକେ ଶବ୍ଦ ଉପୁଜିଥିବା ସ୍ଥାନକୁ ଆସିଲା ବେଳକୁ ପୋଲିସ ଏଠାରେ ବେଆଇନ୍ ଜବତ ବାଣକୁ ନଷ୍ଟ କରାଯାଉଛି ବୋଲି ଜାଣିବାକୁ ପାଇଥିଲେ । କିଛି ନ ଜଣାଇ ଏଭଳି ବିସ୍ପୋରଣକୁ ନେଇ ସ୍ଥାନୀୟ ଅଞ୍ଚଳ ଲୋକ ପ୍ରତିବାଦ କରିଥିଲେ । ଏଭଳି କାର୍ଯ୍ୟ ଏଠାରେ ଜନବସତି ଅଞ୍ଚଳରେ କରିବା ଠିକ୍ ନୁହଁ ବୋଲି ସ୍ଥାନୀୟ ଲୋକ କହିଥିଲେ ।

Leave A Reply

Your email address will not be published.