କଳା ପଥର ଚାଲାଣ ବେଳେ ଓଲଟିଲା ଟ୍ରାକ୍ଟର, ଡ୍ରାଇଭର ମୃତ

add-all

ଯାଜପୁର: ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ବଳରାମପୁର ସଂରକ୍ଷିତ ଜଙ୍ଗଲ ଜମିରୁ କଳା ପଥର ଲୁଟ୍ ବେଳେ ଟ୍ରାକ୍ଟର ଓଲଟି ଚାଳକର ମୃତ୍ୟୁ ଘଟିଛି। ମୃତକ ଜେନାପୁର ଥାନା ଅନ୍ତର୍ଗତ କାମାଗଡ ଗାଁର ପଙ୍କଜ ଭୂୟାଁ ବୋଲି ଜଣାପଡ଼ିଛି। ଆଜି ସକାଳେ ପଙ୍କଜ ଟ୍ରାକ୍ଟର ନେଇ କୁସୁନପୁର ବେଆଇନ ଖଣିକୁ ଯାଇଥିବାବେଳେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଗୁରୁତର ଅବସ୍ଥାରେ ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇ ଧର୍ମଶାଳା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।

ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପୂର୍ବରୁ ବନ ବିଭାଗର ଉପରିସ୍ଥ ଅଧିକାରୀ ମାନେ ଚଢାଉ କରି ଏଠାରୁ ଟ୍ରାକ୍ଟର ଜବତ କରିଥିଲେ ମଧ୍ୟ ସେଠାରୁ ଲୁଟ ପାଟ ଜାରି ରହିଥିଲା। ବନ କର୍ମଚାରୀ ମାନଙ୍କ ସଲାସୁତରାରେ ଏଠାରୁ ଚୋରି ହେଉଥିବାରୁ ଅନେକ ସମୟରେ ଚଢାଉ ପୂର୍ବରୁ ଖଣି ଖାଲି ହୋଇଯାଇ ଅଧିକାରୀମାନେ ଚାଲିଗଲା ପରେ ପୁଣି ଲୁଟ୍ ହେଉଥିବା ଦେଖାଯାଉଛି।

ad-week
Leave A Reply

Your email address will not be published.