
ଭୁବନେଶ୍ୱର : ରାଜରାସ୍ତାରେ ବିଜେଡିର ପ୍ରତିବାଦ । ରନ୍ଧନ ଗ୍ୟାସ୍ ଦରବୃଦ୍ଧି ପ୍ରତିବାଦରେ ଆଜି ବିଜୁ ମହିଳା, ଯୁବ ଏବଂ ଛାତ୍ର ଜନତା ଦଳ ତରଫରୁ ମାଷ୍ଟର କ୍ୟାଣ୍ଟିନ ଛକରେ ଆନ୍ଦୋଳନ କରିଛି ବିଜେଡି । ଅଭିନବ ଢଙ୍ଗରେ ରାସ୍ତାରେ ଚୁଲି ଜାଳି ପ୍ରତିବାଦ କରାଯାଇଥିଲା। ଡବଲ ଇଞ୍ଜିନ୍ ରାଜ୍ୟବାସୀଙ୍କୁ ଡବଲ ଧୋକା ଦେଇଛି ବୋଲି ବିଜେଡି ପକ୍ଷରୁ ଅଭିଯୋଗ ହୋଇଛି। ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଦଳ କହିଛି । ସମସ୍ତ ଜିଲ୍ଲାର କଲେକ୍ଟର ଅଫିସ ସମ୍ମୁଖରେ ଆନ୍ଦୋଳନ କରାଯିବା ସହ ବିଧାନସଭା ଘେରାଉ କରିବାକୁ ଚେତାବନୀ ଦେଇଛି ବିଜେଡି।
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଇନ୍ଧନ ଗ୍ୟାସର ଅଭାବ ଦେଖାଦେଇଛି। ର୍ତ୍ତମାନ ପ୍ରାୟ ୨୦ ପ୍ରତିଶତ କମର୍ସିଆଲ ଗ୍ୟାସ ସପ୍ଲାଏ ବନ୍ଦ କରାଯାଇଛି । ଏଥିପାଇଁ ହୋଟେଲ ଓ ରେଷ୍ଟୁରାଣ୍ଟ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦୁଇ ଦିନ ମଧ୍ୟରେ ଭୁବନେଶ୍ୱରରେ ହୋଟେଲ ଓ ରେଷ୍ଟୁରାଣ୍ଟ ବନ୍ଦ ଆରମ୍ଭ ହେବ । ଦେଶର ବଡ଼ ବଡ଼ ସହର ମାନଙ୍କରେ ମଧ୍ୟ ହୋଟେଲ ବନ୍ଦ ହେବା ଆରମ୍ଭ ହେଲାଣି ।