ନନ୍ଦନକାନନକୁ ଆସିଲେ ୫ ପ୍ରଜାତିର ୧୧ ନୂଆ ଅତିଥି

newyr25

ବାରଙ୍ଗ : ନନ୍ଦନକାନନ ଆସିଲେ ନୂଆ ଅତିଥି । ପ୍ରଥମଥର ପାଇଁ ପର୍ଯ୍ୟଟକ ଦେଖିବାକୁ ପାଇବେ ‘ରିଙ୍ଗ ଟେଲଡ୍ ଲେମୁର୍’। ଚଳିତ ବର୍ଷର ପ୍ରଥମ ଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ଏହି ଜନ୍ତୁ ନନ୍ଦନକାନନ ଆସିଛନ୍ତି । ପ୍ରାଣୀଉଦ୍ୟାନ ନନ୍ଦନକାନନ ଓ ବିଶାଖାପାଟଣାର ଇନ୍ଦିରା ଗାନ୍ଧୀ ପ୍ରାଣୀଉଦ୍ୟାନ ମଧ୍ୟରେ ଏହି ଜନ୍ତୁ ଅଦଳବଦଳ ପ୍ରକ୍ରିୟା ହୋଇଛି ।

ନନ୍ଦନକାନନର ୮ଜଣିଆ ଟିମ୍ ବିଶାଖାପାଟଣାର ଇନ୍ଦିରା ଗାନ୍ଧୀ ପ୍ରାଣୀଉଦ୍ୟାନରୁ ସମସ୍ତ ଜନ୍ତୁଙ୍କୁ ନେଇ ଏକ ସ୍ବତନ୍ତ୍ର ଗାଡ଼ି ଯୋଗେ ନନ୍ଦନକାନନରେ ପହଞ୍ଚିଛନ୍ତି । ଆସିଥିବା ୫ ପ୍ରଜାତି ମଧ୍ୟରେ ନନ୍ଦନକାନନରେ ଏକ ନୂତନ ପ୍ରଜାତି ଯୋଡ଼ି ହୋଇଛି  । ପ୍ରଥମ ଥର ନନ୍ଦନକାନନ ଆସିଛି ଏକ ହଳ ‘ରିଙ୍ଗ ଟେଲଡ୍ ଲେମୁର୍’ । ଏହି ବିଦେଶୀ ମାଙ୍କଡ ପ୍ରଜାତି ସାଧାରଣତଃ ଆଫ୍ରିକାର ମେଡ଼ାଗାସ୍କରରେ ଦେଖାଯାଆନ୍ତି । ଏହି ନୂତନ ପ୍ରଜାତି ଯୋଡ଼ିହେବା ପରେ ନନ୍ଦନକାନନରେ ମୋଟ୍ ଜୀବଜନ୍ତୁ ପ୍ରଜାତି ସଂଖ୍ୟା ୧୭୮କୁ ବୃଦ୍ଧି ପାଇଛି । ସମସ୍ତ ଜନ୍ତୁମାନଙ୍କୁ ନନ୍ଦନକାନନର ସ୍ଵତନ୍ତ୍ର କ୍ୱାରେଣ୍ଟାଇନରେ ରଖାଯାଇ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଉଛି । ଏକ ମାସ ମଧ୍ୟରେ ସେମାନଙ୍କୁ ଖୁଆଡରେ ଛଡ଼ାଯିବ ।

ଗତ ୨ ବର୍ଷ ତଳେ କୋଲକାତା ଆଲିପୁର ଚିଡ଼ିଆଖାନାରୁ ଦୁଇଟି ଜିରାଫ ଆଣିଥିଲେ କର୍ତ୍ତୁପକ୍ଷ । ସେହିପରି ଭାବେ ୨୦୧୨ରେ ବିହାରର ପାଟଣା ଚିଡ଼ିଆଖାନାରୁ ‘ଖୁସି’ ନାମକ ମାଈ ଜିରାଫକୁ ନନ୍ଦନକାନନ ଅଣାଯାଇଥିଲା । ଖୁସିକୁ ଦେଢ ବର୍ଷ ହୋଇଥିବାବେଳେ ତାର ଓଜନ ୬ କୁଇଣ୍ଟାଲ ହୋଇଥିଲା ।

Leave A Reply

Your email address will not be published.