ଓଲଟିଲା ପିକଅପ ଭ୍ୟାନ: ୨ ମୃତ, ୭ ଆହତ

newyr25

ରାୟଗଡ଼ା: ଓଲଟିଲା ପିକଅପ ଭ୍ୟାନ, ୨ ମୃତ । ୭ ଆହତ ସ୍ଥାନୀୟ ମେଡିକାଲରେ ଭର୍ତ୍ତି। ରାୟଗଡା ଜିଲ୍ଲା ବିଷମକଟକ ଥାନା କାଚାପାଦୁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଧାନ କଳକୁ ଆସୁଥିବାବେଳେ ଭାରସାମ୍ୟ ହରାଇ ପିକଅପ ଭ୍ୟାନଟି ଓଲଟି ପଡିଥିଲା। ସମସ୍ତଙ୍କୁ ଉଦ୍ଧାର କରାଯାଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଘଟଣାସ୍ଥଳରେ ଜଣେ ଓ ମେଡିକାଲରେ ଜଣଙ୍କୁ ମୃତ ଘୋଷଣା କଲେ ଡାକ୍ତର ।

ଗତକାଲି ସୂଚନାନୁଯାୟୀ, ମ୍ବଲପୁର କୁଚିଣ୍ଡା ମହୁଲପାଲି ଥାନା ଟାଇଁସରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଧନୁଯାତ୍ରା ଦେଖି ଫେରିବା ବେଳେ ଲୋକଙ୍କ ଉପରେ ମାଡିଗଲା ବୋଲେରୋ । ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ, ୫ ଜଣ ଗୁରୁତର ଓ ୧୦ରୁ ଅଧିକ ଆହତ ଅଛନ୍ତି । ଦୁର୍ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗୁରୁତର ଓ ଆହତ ମାନଙ୍କୁ ଡାକ୍ତରଖାନା ପଠାଇଛି । ଦୁର୍ଘଟଣା ଘଟାଇ ଥିବା ବୋଲେରୋ ସଂପର୍କରେ ତନାଘନା ଚଳାଇଛି ପୋଲିସ ।

ରାଜଧାନୀରେ ହିଟ ଆଣ୍ଡ ରନ । ଦୁର୍ଘଟଣାରେ ଗଲା ମହିଳାଙ୍କ ଜୀବନ । ଭୁବନେଶ୍ବର ଆଇଗେଣିଆ ମୁଖ୍ୟରାସ୍ତାରେ ଘଟିଛି ଦୁର୍ଘଟଣା । ଅଜଣା ଗାଡ଼ି ଧକ୍କାରେ ମହିଳାଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣା ଘଟାଇ ଦ୍ରୁତଗତିରେ ଫେରାର ହେଲା ଗାଡି । କିଛି ବାଟ ଲୋକ ମାନେ ଗୋଡାଇବା ପରେ ବି ଖସି ପଳାଇଲା ଦୁର୍ବୁତ୍ତ ଗାଡି ଚାଳକ ।

Leave A Reply

Your email address will not be published.