
କଳାହାଣ୍ଡି : ବିଜିଏନ ଡିଭିଜନ ହେଲା ଶକ୍ତି ଶୁନ୍ୟ । ଆତ୍ମସମର୍ପଣ କଲେ ୧୧ ମାଓବାଦୀ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ପୋଲିସ ରିଜର୍ଭ ପଡ଼ିଆ ଠାରେ ଓଡିଶା ପୋଲିସ ଦ୍ଵାରା ମାଓବାଦୀ ଆତ୍ମସମର୍ପଣ ସମାରୋହ । ଏଥିରେ ଓଡ଼ିଶା ପୋଲିସ ଡିଜି ୱାଇ ବି ଖୁରାନିଆଙ୍କ ଉପସ୍ଥିତିରେ ୧୧ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ମାଓବାଦୀ ବଂଶଧାରା ଘୁମୁସର ନାଗାବଳି ଡିଭିଜନର ହୋଇଥିବା ବେଳେ ମାଓବାଦୀ ସଂଗଠନର ସମ୍ପୂର୍ଣ୍ଣ ସମାପ୍ତି ହୋଇଛି ।
ଡିଭିଜନର ସମସ୍ତ ସଦସ୍ୟ ମୁଖ୍ୟସ୍ରୋତରେ ସାମିଲ୍ ହୋଇଛନ୍ତି । ପୋଲିସର ଲଗାତାର କୁମ୍ବିଙ୍ଗ ଅପରେସନ୍ ଓ ସରକାରଙ୍କ ସରେଣ୍ଡର ପଲିସି ଫଳରେ ସେମାନେ ଆତ୍ମସମର୍ପଣ କରିଥିବା କୁହାଯାଇଛି । ଏହା ସହ କଳାହାଣ୍ଡି ଜିଲ୍ଲାରେ ମାଓବାଦୀ କାର୍ଯ୍ୟକଳାପ ପ୍ରାୟ ଶେଷ ହୋଇଥିବାରୁ ଜିଲ୍ଲାଟି ମାଓମୁକ୍ତ ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କୁ ସରକାରଙ୍କ ପୁନର୍ବାର ନୀତି ଅନୁଯାୟୀ ସହାୟତା ଯୋଗାଇ ଦିଆଯିବ ବୋଲି କୁହାଯାଇଛି ।