କରଞ୍ଜିଆରେ କାଳବୈଶାଖୀ ତାଣ୍ଡବ: ୧୦ ଆହତ, ଉପୁଡିଲା ଗଛ ଓ ବିଦ୍ୟୁତ ଖୁଣ୍ଟ

add-all

କରଞ୍ଜିଆ : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଅଞ୍ଚଳର କଙ୍କଡା ଗାଁ ଆଜି ଅପରାହ୍ନରେରେ ଭୟଙ୍କର ଘୂର୍ଣ୍ଣିଝଡ଼ର ତାଣ୍ଡବ ଦେଖିବାକୁ ମିଳିଛି। କିଛି ସମୟ ତାଣ୍ଡବରେ କରିଦେଲା କାଳବୈଶାଖୀ ପ୍ରଭାବରେ  ୭୦ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ। ଭୟଙ୍କର ପବନରେ ବଡ଼ ବଡ଼ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିଥିବା ସହ ରାସ୍ତାରେ ଯାଉଥିବା କିଛି ଗାଡ଼ିକୁ ମଧ୍ୟ ପବନ ଫିଙ୍ଗି ଦେଇଥିବା ସୂଚନା ମିଳିଛି। ଏକ ଅଟୋ ପବନରେ ଉଡ଼ି ପୋଖରୀରେ ପଡ଼ିଥିବା ଖବର ମଧ୍ୟ ସାମ୍ନାକୁ ଆସିଛି। ପବନର ବେଗ ଏତେ ଅଧିକ ଥିଲା ଯେ ବଡ଼ବଡ଼ ଗଛ ଓ ମଟରସାଇକେଲ ଏବଂ କାରଗୁଡିକୁ ମଧ୍ୟ ଉଡାଇନେଇଛି।

ad-week
Leave A Reply

Your email address will not be published.