
କଟକ: କଟକ ଏସସିବି ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗିଥିବା ହେତୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅଗ୍ନିକାଣ୍ଡରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ପରିବାରକୁ ୨୫ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି । ଅନ୍ୟପଟେ ମୃତକଙ୍କ ପରିଚୟ ମିଳିଛି ।ମୃତକମାନେ ହେଲେ ରମେଶ ପରିଡ଼ା, ଦାଶରୁ ମୁଣ୍ଡା, ଏମ୍ .ଡି ନ୍ୟୁମ୍ , ଗୌରାଙ୍ଗ ବାରକ, ଏସ୍ . କେ ଅବଦୁଲ ସତାର, ମଧୁସୂଦନ ଦଳାଇ , କୃଷ୍ଣଚନ୍ଦ୍ର ବିଶ୍ବାଳ ଓ ରବୀନ୍ଦ୍ର ଦାସ, ଚେରୁ ପରିଡ଼ା ଓ ମେନକା ରାଉତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ରାତି ପ୍ରାୟ ତିନିଟା ବେଳେ ପ୍ରଥମ ମହଲାରେ ହଠାତ ନିଆଁ ଲାଗି ଯାଇଥିଲା । ଖବର ପାଇ ବଡ ମେଡିକାଲର ଦମକଳ ବାହିନୀ ତୁରନ୍ତ ଘଟଣାସ୍ଥଳକୁ ଆସି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ। ପରେ ତିନୋଟି ଦମକଳ ଗାଡି ପହଞ୍ଚିଥିଲେ। ତୁରନ୍ତ ଆଇସିୟୁରୁ ରୋଗୀଙ୍କୁ ସ୍ଥାନାନ୍ତର ଉଦ୍ୟମ କରାଯାଇଥିଲା।
ଗୁରୁତର ରୋଗୀଙ୍କୁ ନ୍ୟୁ ମେଡିସିନ ଆଇସିୟୁ କୁ ସ୍ଥାନାନ୍ତର କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏସସିବିରେ ପହଞ୍ଚିବା ପରେ ନିଉ ମେଡ଼ିସିନ ୱାର୍ଡକୁ ପ୍ରଥମେ ଯାଇଥିଲେ । । ସ୍ବାସ୍ଥ୍ୟ ସଚିବ,କଟକ ଜିଲ୍ଲାପାଳ, କଟକ ଡିସିପି ଘଟଣାସ୍ଥଳରେ ପହଞ୍ଚିିଥିଲେ । ନିଆଁ ସଂପୂର୍ଣ୍ଣ ଆୟତ୍ତ ହୋଇ ସାରିଥିବା ସୂଚନା ରହିଛି ।