
ଭୁବନେଶ୍ୱର : ପ୍ରକାଶ ପାଇଲା ରାଜ୍ୟସଭା ନିର୍ବାଚନ ଫଳ । ରାଜ୍ୟସଭାକୁ ନିର୍ବାଚିତ ହେଲେ ମନମୋହନ ସାମଲ, ସୁଜିତ କୁମାର, ଦିଲ୍ଲୀପ ରାୟ ଓ ସଂନ୍ତୃପ୍ତ ମିଶ୍ର । ଫାଷ୍ଟ ପ୍ରିଫରେନସେର ମନମୋହନ, ସୁଜିତ କୁମାର ସଂତୃପ୍ତ ମିଶ୍ରଙ୍କୁ ୩୫, ୩୫ ଓ ୩୧ ଖଣ୍ଡ ଭୋଟ ମିଳିଛି । ଚତୁର୍ଥ ଆସନରେ ପ୍ରଥମ ପସନ୍ଦର ଭୋଟରେ ଦିଲ୍ଲୀପ ରାୟ ଓ ଡାକ୍ତର ଦତ୍ତେଶ୍ବର ହୋତାଙ୍କୁ ସମାନ ୨୩ ଟି ଲେଖାଏଁ ଭୋଟ ମିଳିଛି । ଦ୍ବିତୀୟ ପସନ୍ଦରେ ଦିଲ୍ଲୀପ ରାୟ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଭାବେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ଅର୍ଥାତ ବିଜେପିର ମନମୋହନ ସାମଲ, ସୁଜିତ କୁମାର ଓ ସମର୍ଥିତ ଭାବେ ଦିଲ୍ଲୀପ ରାୟ ତିନି ପ୍ରାର୍ଥୀ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ବେଳେ ବିଜେଡ଼ରୁ ସଂନ୍ତୃପ୍ତ ମିଶ୍ର ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ମନମୋହନ ସାମଲଙ୍କୁ 2941, ସୁଜିତ କୁମାରଙ୍କୁ 2941, ସଂତୃପ୍ତ ମିଶ୍ରଙ୍କୁ 3100, ଦିଲ୍ଲୀପ ରାୟ ଙ୍କୁ 3418 ଓ ଦତ୍ତେଶ୍ୱର ହୋତା ଙ୍କୁ 2300 ମିଳିଥିବା ଜଣାଯାଇଛି ।