ସିବିଆଇ ଅଧିକାରୀ କହି କୋଟିଏ ଟଙ୍କାର ସୁନା ଲୁଟ, ୩ ଆନ୍ତଃରାଜ୍ୟ ଲୁଟେରା ଗିରଫ

add-all

​ବ୍ରହ୍ମପୁର: ନକଲି ସିବିଆଇ ଅଧିକାରୀ କହି କୋଟିଏ ଟଙ୍କାର ସୁନା ଲୁଟ।  ୩ ଆନ୍ତଃରାଜ୍ୟ ଲୁଟେରା ଗିରଫ। ଏଭଳି ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ରେଳ ଷ୍ଟେସନ ଅଞ୍ଚଳରେ।  ଅଭିଯୁକ୍ତଙ୍କ ନିକଟରୁ ୧୪ ଲକ୍ଷ ୮୦ ହଜାର ଟଙ୍କାର ସୁନା ଅଳଙ୍କାର ମଧ୍ୟ ଜବତ ହୋଇଛି । ଗିରଫ ଅଭିଯୁକ୍ତମାନେ ହେଲେ ରାଜସ୍ଥାନ ବାଲୋତ୍ରାର ନରେନ୍ଦ୍ର କୁମାର ଓରଫ ପ୍ରଜାପତି (୨୪), ପୁନମ ଚାନ୍ଦ (୫୫) ଓ ପାଲି ଅଞ୍ଚଳର ଜିତୁ ଚୌଧୁରୀ(୨୮) । ଏହି ମାମଲାରେ ଆହୁରି ୫ ଜଣ ଅଭିଯୁକ୍ତ ଫେରାର ଅଛନ୍ତି ବୋଲି ଜିଆରପି ଏସଡିଆରପିଓ ଜଗନ୍ନାଥ ମାଲିକ ଏକ ସାମ୍ବାଦିକ ସମ୍ମିଳନୀର ସୂଚନା ଦେଇଛନ୍ତି।

​ଗତ ଫେବୃଆରୀ ୨୫ ତାରିଖ ରାତି ପ୍ରାୟ ସାଢ଼େ ୯ ଟା ବେଳେ ବିଶାଖାପାଟଣାର ସୁନା ବ୍ୟବସାୟୀ ହସମୁଖ ଜୈନ ଏବଂ ତାଙ୍କର ଜଣେ ସହଯୋଗୀ କୋଣାର୍କ ଏକ୍ସପ୍ରେସରୁ ବ୍ରହ୍ମପୁର ଷ୍ଟେସନରେ ଓହ୍ଲାଇଥିଲେ। ବାଇକ୍ ପାର୍କିଂ ନିକଟକୁ ଯାଉଥିବା ସମୟରେ ଦୁଇଜଣ ଅଜଣା ବ୍ୟକ୍ତି ନିଜକୁ ସିବିଆଇ ଅଫିସର ପରିଚୟ ଦେଇ ସେମାନଙ୍କୁ ଅଟକାଇଥିଲେ। ହସମୁଖଙ୍କ ବ୍ୟାଗ୍ ଯାଞ୍ଚ କରିବା ବାହାନାରେ ସେମାନେ ବଳପୂର୍ବକ ୩୩ ପ୍ରକାରର ସୁନା ଅଳଙ୍କାର , ଦୁଇଟି ମୋବାଇଲ୍ ଫୋନ୍ ଏବଂ ଜରୁରୀ କାଗଜପତ୍ର ଥିବା ବ୍ୟାଗଟିକୁ ଲୁଟି ନେଇ ଫେରାର ହୋଇଯାଇଥିଲେ।

ad-week
Leave A Reply

Your email address will not be published.