୧୮ ଶହ ପଏଣ୍ଟ ବଢିଲା ସେନସେକ୍ସ, ସେୟାର ମାର୍କେଟ୍‌ରେ ଉତ୍ସାହ

add-all

ନୂଆଦିଲ୍ଲୀ:  ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଲା ସେୟାର ବଜାର । ୧୮ ଶହ ପଏଣ୍ଟ ବଢିଲା ସେନସେକ୍ସ । ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭୩ ହଜାର ୫୯୦ ପଏଣ୍ଟ ଉପରେ ରହିଛି ।

ସେପଟେ ସାରା ଦେଶରେ ସୁନା ଦର ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି ।  ଆଜି ରାଜଧାନୀ ଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମକୁ ୧,୪୯,୬୭୦ ରେ ପହଞ୍ଚିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୩୭,୦୦୦ ଟଙ୍କା ଛୁଇଁଛି । ସେହିପରି ରାଜଧାନୀ  ଭୁବନେଶ୍ଵରରେ ଆଜି ୨୪ କ୍ୟାରେଟ ସୁନା ୧୦ଗ୍ରାମ ପ୍ରତି ୧୯୭୦ ଟଙ୍କା ବୃଦ୍ଧି ଘଟି ୧ ଲକ୍ଷ ୫୧ ହଜାର ୪୮୦ ଟଙ୍କା ହୋଇଛି। ଗତକାଲି ଦର ୧ ଲକ୍ଷ ୪୯ ହଜାର ୫୧୦ ଟଙ୍କା ରହିଥିଲା। ଅନ୍ୟପଟେ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ୍ ପ୍ରତି ୧୮୦୦ ଟଙ୍କା ବୃଦ୍ଧି ଘଟି ୧ ଲକ୍ଷ ୩୮ ହଜାର ୮୫୦ ଟଙ୍କା ହୋଇଛି। ଯାହା ଗତକାଲି ୧ ଲକ୍ଷ ୩୭ ହଜାର ୫୦ ଟଙ୍କା ଥିଲା

Leave A Reply

Your email address will not be published.