୧୨ ଲକ୍ଷଟଙ୍କା ଆତ୍ମସାତ କରି ରତନପୁର ପିଇଓ ଗିରଫ

add-all

ଭୁବନେଶ୍ବର: ସରକାରୀ ତହବିଲରୁ ପ୍ରାୟ ୧୨ ଲକ୍ଷ ଟଙ୍କା ଆତ୍ମସାତ କରି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ୍‌ ରତନପୁର ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ଦୀଲିପ କୁମାର ପ୍ରଧାନ, ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ (ଭିଜିଲାନ୍‌ସ) ହାତରେ ଗିରଫ ହୋଇଛନ୍ତି।
ଭିଜିଲାନ୍‌ସ ବିଭାଗ ପକ୍ଷରୁ ଜାରି ସୂଚନାନୁସାରେ, ସେ ବାଲିପାଟଣା ପଞ୍ଚାୟତ ସମିତିରେ ଜାନୁଆରି ୨୦୨୩ରୁ ଜୁଲାଇ ୨୦୨୪ ମଧ୍ୟରେ କାର୍ଯ୍ୟ କରିବା ସମୟରେ ସରକାରୀ ତହବିଲର ୧୧ଲକ୍ଷ ୨୮ ହଜାର ୬ଶହ ଟଙ୍କା ଆତ୍ମସାତ କରିଥିଲେ। ଭିଜିଲାନ୍‌ସ ତଦନ୍ତରେ ଜଣାପଡ଼ିଥିଲା ଯେ ବାଲିପାଟଣା ବ୍ଲକର ପାମ୍ପାଲୋ ଓ ରାଜସ ପଞ୍ଚାୟତର ବୃଦ୍ଧ ବୃଦ୍ଧା, ଭିନ୍ନକ୍ଷମଙ୍କ ନିମନ୍ତେ ମଧୁବାବୁ ପେନ୍‌ସନ୍‌ ଯୋଜନାରେ ଆସିଥିବା ଟଙ୍କାରୁ ସେ ହେରଫର କରିଥିଲେ।
ଏନେଇ ଭିଜିଲାନ୍‌ସ ପକ୍ଷରୁ ବିଏନ୍‌ସ୍‌ ଓ ଦୁର୍ନୀତି ନିବାରଣ ଆଇନ ୨୦୧୮ର ବିଭିନ୍ନ ଦଫାରେ ଆଜି ନଂ ୪/୨୦୨୬ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଭିଜିଲାନ୍‌ସ ସ୍ବତନ୍ତ୍ର କୋର୍ଟରେ ହାଜ କରାଯାଇଛି। ଅଭିଯୁକ୍ତଙ୍କ ଅନ୍ୟ ଦୁର୍ନୀତି ଓ ଆୟ ବହିର୍ଭୁତ ସମ୍ପତ୍ତି ସମ୍ପର୍କରେ ତଦନ୍ତ କରାଯାଉଛି।

ad-week
Leave A Reply

Your email address will not be published.