ଇରାନ ସହ ୨ ସପ୍ତାହ ପାଇଁ ଶାନ୍ତି ଚୁକ୍ତି କଲେ ଟ୍ରମ୍ପ

add-all

ନୂଆଦିଲ୍ଲୀ: ଟଳିଲା ମହାଯୁଦ୍ଧର ବିପଦ! ଟ୍ରମ୍ପଙ୍କ ବଡ଼ ନିଷ୍ପତ୍ତି । ଇରାନ ସହ ୨ ସପ୍ତାହ ପାଇଁ ଶାନ୍ତି ଚୁକ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା କରିଛନ୍ତି । ନିଜେ ସେଟ୍ କରିଥିବା ଡେଡଲାଇନ୍ ଶେଷ ହେବାର ମାତ୍ର କିଛି ଘଣ୍ଟା ପୂର୍ବରୁ ସେ ଏହି ସୂଚନା ଦେଇଛନ୍ତି । ଅସ୍ତ୍ରବିରତିର ଚୁକ୍ତି ରଖିଛନ୍ତି ଟ୍ରମ୍ପ । ଇରାନକୁ ତୁରନ୍ତ ଏବଂ ସୁରକ୍ଷିତ ଭାବେ ‘ହରମୁଜ ପ୍ରଣାଳୀ’ ଖୋଲିବାକୁ ପଡ଼ିବ, ଯେଉଁଠାରୁ ବିଶ୍ୱର ପ୍ରାୟ ୨୦% ପେଟ୍ରୋଲିୟମ୍ କାରବାର ହୋଇଥାଏ । ଏହାର ବଦଳରେ ଆମେରିକା ଇରାନ ଉପରେ କୌଣସି ବୋମାମାଡ଼ ବା ଆକ୍ରମଣ କରିବ ନାହିଁ । ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଏବଂ ସେନାମୁଖ୍ୟ ଆସିମ ମୁନୀରଙ୍କ ଅନୁରୋଧ କ୍ରମେ ଟ୍ରମ୍ପ ଏହି ସୁଯୋଗ ଦେଇଛନ୍ତି ।

ଆସନ୍ତା ଶୁକ୍ରବାର ଦିନ ପାକିସ୍ତାନର ଇସଲାମାବାଦରେ ଦୁଇ ଦେଶ ମଧ୍ୟରେ ଶାନ୍ତି ଆଲୋଚନା ଆରମ୍ଭ ହେବ । ଇରାନ ପକ୍ଷରୁ ଏକ ‘୧୦-ପଏଣ୍ଟ’ ଶାନ୍ତି ପ୍ରସ୍ତାବ ଦିଆଯାଇଛି, ଯାହାକୁ ଟ୍ରମ୍ପ ଗ୍ରହଣଯୋଗ୍ୟ ବୋଲି କହିଛନ୍ତି । ଆମେରିକା ଏବଂ ଇରାନ ମଧ୍ୟରେ ଅଧିକାଂଶ ବିବାଦୀୟ ପ୍ରସଙ୍ଗରେ ସହମତି ପ୍ରକାଶ ପାଇଛି । ରିପୋର୍ଟ ଅନୁସାରେ ଇସ୍ରାଏଲ ମଧ୍ୟ ଏହି ଯୁଦ୍ଧବିରତି ପାଇଁ ରାଜି ହୋଇଛି ଏବଂ ଲେବାନନରେ ହିଜବୁଲ୍ଲା ସହ ଚାଲିଥିବା ଲଢ଼େଇକୁ ସ୍ଥଗିତ ରଖିଛି। ଯୁଦ୍ଧ ବିରତି ଖବର ଆସିବା ପରେ ବିଶ୍ୱ ବଜାରରେ ଅଶୋଧିତ ତେଲ ଦରହ୍ରାସ ପାଇଛି । ଯଦିଓ ଏହା ଏକ ସ୍ଥାୟୀ ସମାଧାନ ନୁହେଁ, ତଥାପି ଏହି ୧୪ ଦିନର ସମୟ ଏକ ବଡ଼ ଯୁଦ୍ଧକୁ ରୋକିବାରେ ସହାୟକ ହେବ ।

ଟ୍ରମ୍ପଙ୍କ ୨ ସପ୍ତାହ ଯୁଦ୍ଧ ବିରତି ଘୋଷଣା । ହଠାତ କାହିଁକି ଘୋଷଣା କଲେ ଯୁଦ୍ଧବିରତି? କାହିଁକି ଅଟକିଲା ଆମେରିକାର ଆକ୍ରମଣ? ଏହା ପଛରେ ୬ ପ୍ରମୁଖ କାରଣ ରହିଛି । ପ୍ରଥମ ଆମେରିକା ନିଜର ସାମରିକ ଲକ୍ଷ୍ୟ ହାସଲ କରିସାରିଛି। ଆମେରିକୀୟ ସେନା ଇରାନ ବିରୁଦ୍ଧରେ ଯେଉଁ ସବୁ ମୁଖ୍ୟ ଲକ୍ଷ୍ୟ ରଖିଥିଲା ତାହା ପୂରଣ ହୋଇଛି । ବର୍ତ୍ତମାନ ଇରାନର ସାଧାରଣ ସମ୍ପତ୍ତି ଉପରେ ଆକ୍ରମଣ କରିବାର ଆବଶ୍ୟକତା ନାହିଁ । ଇରାନ ଏକ ୧୦-ପଏଣ୍ଟ ବିଶିଷ୍ଟ ଶାନ୍ତି ପ୍ରସ୍ତାବ ଦେଇଛି, ଯାହାକୁ ଟ୍ରମ୍ପ ‘ଗ୍ରହଣଯୋଗ୍ୟ’ କହିଛନ୍ତି । ଦୁଇ ଦେଶ ମଧ୍ୟରେ ଅଧିକାଂଶ ପୁରୁଣା ବିବାଦ ଉପରେ ସହମତି ହୋଇସାରିଛି । ୧୪ ଦିନର ସମୟ ମଧ୍ୟରେ ଏକ ସ୍ଥାୟୀ ଚୁକ୍ତି ପାଇଁ ଚେଷ୍ଟା କରାଯିବ । ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଏବଂ ସେନାମୁଖ୍ୟ ଆସିମ ମୁନୀର ଟ୍ରମ୍ପଙ୍କ ସହ ସିଧାସଳଖ କଥା ହୋଇଥିଲେ । ସେମାନେ ଆମେରିକାକୁ ଅନୁରୋଧ କରିଥିଲେ ଯେ କୂଟନୈତିକ ଆଲୋଚନା ପାଇଁ ଯୁଦ୍ଧକୁ କିଛି ଦିନ ସ୍ଥଗିତ ରଖାଯାଉ ।

ଏହି ଯୁଦ୍ଧବିରତି କେବଳ ସେତେବେଳେ ସଫଳ ହେବ ଯଦି ଇରାନ ‘ହରମୁଜ ପ୍ରଣାଳୀ’କୁ ସମ୍ପୂର୍ଣ୍ଣ ଓ ସୁରକ୍ଷିତ ଭାବେ ଖୋଲିବ । ଇରାନ ଏଥିପାଇଁ ରାଜି ହୋଇଛି, ଯାହା ଫଳରେ ବିଶ୍ୱ ବଜାରକୁ ପୁଣିଥରେ ତେଲ ଯୋଗାଣ ସ୍ଵାଭାବିକ ହୋଇପାରିବ । ଟ୍ରମ୍ପ ଏହି ବିବାଦକୁ ବଢ଼ାଇବା ଅପେକ୍ଷା ଶାନ୍ତି ପ୍ରକ୍ରିୟା ମାଧ୍ୟମରେ ସମାଧାନ କରିବାକୁ ଚାହୁଁଛନ୍ତି । ଇସ୍ରାଏଲ ମଧ୍ୟ ଏହି ସର୍ତ୍ତରେ ରାଜି ହୋଇଛି । ଏହି ୨ ସପ୍ତାହର ସମୟ ମଧ୍ୟ ପୂର୍ବରେ ଶାନ୍ତି ଫେରାଇ ଆଣିବା ପାଇଁ ଏକ ବଡ଼ ସୁଯୋଗ । ଟ୍ରମ୍ପଙ୍କ ଘୋଷଣା ପଛରେ ଆଉ ଏକ ବଡ଼କାରଣ ହର୍ମୁଜ ପ୍ରଣାଳୀ ଖୋଲିବା ପ୍ରସଙ୍ଗରେ ଚୀନ ଓ ରୁଷର ପ୍ରବେଶ ବୋଲି କୁହାଯାଛି । ଜାତିସଂଘରେ ହର୍ମୁଜ ପ୍ରଣାଳୀ ବିବାଦରେ ଗତକାଲି ରୁଷ ଓ ଚୀନ ପ୍ରବେଶ କରିଥିଲେ । ଜାତିସଂଘ ନିରାପତ୍ତା ପରିଷଦରେ ବାହାରିନ ତରଫରୁ ଆସିଥିବା ପ୍ରସ୍ତାବକୁ ରୁଷ ଏବଂ ଚୀନ ବିରୋଧ କରି, ଭିଟୋ ପ୍ରୟୋଗ କରିଥିଲେ ।

Leave A Reply

Your email address will not be published.