କେନ୍ଦୁଝର ସଦର ଅଞ୍ଚଳ ପାଇଁ ଏକ ନୂତନ ପରିଚୟ ଆଣିବ ଅରଡେଇ ପୋଲ : ମୁଖ୍ୟମନ୍ତ୍ରୀ ମୋହନ ମାଝୀ

add-all

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରଚେଷ୍ଟାରେ କେନ୍ଦୁଝର ସଦର ଅନ୍ତର୍ଗତ ବୋଦାପାଳସା ଗ୍ରାମପଂଚାୟତ ପାଇଲା ନୂତନ ପରିଚୟ। ବହୁଦିନୁ ଏହି ଅଞ୍ଚଳ ସମେତ ଆଖପାଖ ପାଞ୍ଚଟି ପଂଚାୟତର ଲୋକଙ୍କ ଆଶା ଥିବା ଅରଡେଇ ନାଳ ଉପରେ ନିର୍ମାଣ ହୋଇଥିବା ପୋଲକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି ଉଦଘାଟନ କରି ଏହାକୁ ଜନସାଧାରଣଙ୍କୁ ଉତ୍ସର୍ଗୀକୃତ କରିଛନ୍ତି।

ସୂଚନାଯୋଗ୍ୟ ଯେ ଏହି ପୋଲ ପ୍ରାୟ ୫୦୦୦ରୁ ଊର୍ଦ୍ଧ୍ୱ ଅଂଚଳବାସୀଙ୍କ ଦୈନନ୍ଦିନ ଗମନାଗମନର ମୁଖ୍ୟ ଧାରା ସାଜିଛି। କେନ୍ଦୁଝର ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ଏହି ପୋଲକୁ ଜନସାଧାରଣଙ୍କ ପାଇଁ ଉତ୍ସାର୍ଗୀକୃତ କରି କହିଛନ୍ତି ଯେ ବୋଦାପାଳସା ଗ୍ରାମପଂଚାୟତ ଏବଂ ଏହାର ଆଖପାଖ ଗ୍ରାମର ଲୋକଙ୍କୁ ଆଉ ଯିବା ଆସିବାରେ କୌଣସି ଅସୁବିଧା ରହିବ ନାହିଁ। ୧୦୦ ମିଟରରୁ ଉର୍ଦ୍ଧ୍ୱ ଲମ୍ବ ବିଶିଷ୍ଟ ଏହି ପୋଲ କେନ୍ଦୁଝର ସଦର ଅଞ୍ଚଳ ପାଇଁ ଏକ ନୂତନ ପରିଚୟ ଆଣିବ।

ଉକ୍ତ ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଡଃ ଫକୀର ମୋହନ ନାଏକ, ପାଟଣା ବିଧାୟକ ଶ୍ରୀ ଅଖିଳ ନାଏକ ଓ ଜିଲ୍ଲାପାଳ ଶ୍ରୀ ବିଶାଲ ସିଂହ ପ୍ରମୁଖ ଉପସ୍ଥିତ ଥିଲେ। 

ad-week
Leave A Reply

Your email address will not be published.