
ଭୁବନେଶ୍ୱର : ଓଡ଼ିଶା ଫେରିଲେ ହର୍ମୁଜରେ ଫସିଥିବା ମେରାଇନ ଅଫିସର । ଭୁବନେଶ୍ୱରରେ ପହଞ୍ଚିଲେ ଅଶୋକ ଦୀକ୍ଷିତ। ଷ୍ଟ୍ରେଟ ଅଫହର୍ମୁଜ ଠାରେ ପ୍ରାୟ ୩୬ ଦିନ ପର୍ଯ୍ୟନ୍ତ ଅଟକି ରହିଥିଲେ ଅଶୋକ । ଭାରତୀୟ ନୌସେନାର କଡା ସୁରକ୍ଷା ବଳୟ ମଧ୍ୟରେ ସେ ଭାରତକୁ ଫେରିଛନ୍ତି । ନିଜ ଜନ୍ମ ମାଟିରେ ପହଂଚିଛନ୍ତି ଅଶୋକ । ଏନେଇ ପରିବାର ଓ ପ୍ରିୟଜନଙ୍କ ମଧ୍ୟରେ ବେଶ୍ ଖୁସିର ଲହରୀ ଖେଳିଯାଇଛି । ସେହି ୩୬ ଦିନର ସେହି ବିପଦଜନକ ଯାତ୍ରାକୁ କ୍ୟାମେରା ଆଗରେ ବଖାଣିଛନ୍ତି ନିଜେ ଅଶୋକ । ଗ୍ୟାସ ସିଲିଣ୍ଡର ଭରା ଜାହାଜ ଉପରେ ଉତକ୍ଷେପଣ ହେଉଥିବା ମିସାଇଲ ସମସ୍ତଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଥିଲା ବୋଲି କହିଛନ୍ତି ଅଶୋକ । କେବଳ ଜଗନ୍ନାଥଙ୍କ କୃପାରୁ ଓଡ଼ିଶା ଫେରିବାରେ ସକ୍ଷମ ହୋଇଛି ବୋଲି କହିଛନ୍ତି ଅଶୋକ । ଯୁଦ୍ଧ ସମୟର ଭୟାନକ ଦୃଶ୍ୟ ବିଷୟରେ ବଖାଣିଲେ ଅଶୋକ ଦୀକ୍ଷିତ।
ସୂଚନାଯୋଗ୍ୟ,ଏଲପିଜି ଭର୍ତ୍ତି ଗ୍ୟାସ ଜାହାଜ ନେଇ ମଝି ସମୁଦ୍ରରେ ଫସି ରହିଥିଲେ ଓଡ଼ିଆ ନାବିକ ଅଶୋକ ଦୀକ୍ଷିତ । ସୁରକ୍ଷିତ ଉଦ୍ଧାର ନେଇ ସେ ଏକ ଭିଡିଓ ମାଧ୍ୟମରେ ଆକୁଳ ନିବେଦନ କରିଥିଲେ। ପ୍ରତି ମୂହୂର୍ତ୍ତରେ ଇରାନ ପଟୁ ଟର୍ମିନାଲ ଉପରେ ମିଶାଇଲ ଆକ୍ରମଣ ଚାଲିଥିବା ସେ ଭିଡିଓରେ କହିଥିଲେ । ତେବେ କାତାରର ଏୟାର ଡିଫେନ୍ସ ସିଷ୍ଟମ ସବୁ ମିଶାଇଲକୁ ଆକାଶରେ ହିଁ ନଷ୍ଟ କରୁଥିବା ସେ କହିଥିଲେ । ତାଙ୍କ ଜାହାଜ ନିକଟରେ କିଛି ମିଶାଇଲ ଧ୍ବଂସାବିଶେଷ ପଡି ରହିଥିଲା ବୋଲି ସେ ଭିଡିଓରେ ଜଣାଇଥିଲେ ।