୩୬ ଦିନ ହେଲା ଧାରଣାରେ ବସିଛନ୍ତି ଗ୍ରାମବାସୀ, ନୈନି କୋଲ ମାଇନ୍ସରୁ କୋଇଲା ପରିବହନ ବନ୍ଦ

add-all

ଅନୁଗୁଳ : ୩୬ ଦିନ ଗଣଧାରଣାରେ ଗ୍ରାମବାସୀ। ନୈନି କୋଲ ମାଇନ୍ସରୁ କୋଇଲା ପରିବହନ କରାଇଦେଉନାହାନ୍ତି ଗ୍ରାମବାସୀ । ଅନୁଗୁଳ ଛେଣ୍ଡିପଦା ବ୍ଳକ୍ କୋଶଳା ଗାଁଲୋକ ଚଲାଇଛନ୍ତି ପରିବେଶ ସୁରକ୍ଷା ଗଣଧାରଣା । ୬୩ ନମ୍ବର ରାଜ୍ୟ ରାଜପଥରେ କୋଇଲା ପରିବହନକୁ ବିରୋଧ କରି ୩୬ଦିନ ହେବ ରାତିସାରା ଧାରଣାରେ ବସୁଛନ୍ତି ମହିଳା, ଶିଶୁଙ୍କ ସମେତ ଗାଁର ସବୁ ଲୋକେ। ଏହି ରାସ୍ତାରେ କୋଇଲା ପରିବହନ ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କ ସହ ବାରମ୍ବାର ଆଲୋଚନା ପରେ ବି ବାହାରିପାରୁନି ନିଷ୍କର୍ଷ। ଗତକାଲି ରାତିରେ ବ୍ୟାପକ ଫୋର୍ସ ସହାୟତାରେ ଜିଲ୍ଲା ପ୍ରଶାସନ କୋଇଲା ବୋଝେଇ ଟ୍ରକକୁ ଏହି ରାସ୍ତାରେ ପାର କରିବା ପାଇଁ ପ୍ରସ୍ତୁତ କରିଥିବା ବେଳେ ଏହି ଯୋଜନାକୁ ଫେଲ କରିଛନ୍ତି ଗାଁଲୋକ। ଗ୍ରାମବାସୀଙ୍କ ଅଟଳ ନିଷ୍ପତି ଆଗରେ ମୁଣ୍ଡ ନୁଆଇଁଛି ପ୍ରଶାସନ ।

ସୂଚନାଯୋଗ୍ୟ, ଗତ କିଛି ଦିନ ତଳେ ଦେଶୀ ମଦଭାଟି ବନ୍ଦ ଦାବିରେ ଆନ୍ଦୋଳନ କରିଥିଲେ ଗ୍ରାମବାସୀ । ବର୍ଷାରେ ସାରା ରାତି ଧାରଣାରେ ବସିଥିଲେ ଆନ୍ଦୋଳନକାରୀ । ଜିଲ୍ଲାପାଳ ଆସି କଥା ହେଲେ ବି ଜିଦରେ ଅଟଳ ଥିଲେ ଗ୍ରାମବାସୀ । ମଦଭାଟି ବନ୍ଦ ନେଇ ଲିଖିତ ପ୍ରତିଶ୍ରୁତି ନମିଳିବା ଯାଏ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଥିଲେ । ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବସି ରହିଥିଲେ ଶତାଧିକ ମହିଳା ଓ ପୁରୁଷ । ହେମଗିର ବ୍ଲକ ଲଇକେରାରେ ଦେଶୀ ମଦଭାଟି ବନ୍ଦ କରିବା ଦାବିରେ ଧାରଣା ଦିଆଯାଇଥିଲା ।

ad-week
Leave A Reply

Your email address will not be published.