ଅସ୍ମିତା ରଙ୍ଗ ର ପ୍ରକୃତ ନାୟକ ଡ.ପ୍ରଦୀପ କୁମାର ପାଣିଗ୍ରାହୀ ଆଜି ଅଲୋଡା ନା ପ୍ରଶାସନ ଆଚରଣ କୁ ନେଇ କ୍ଷୁବ୍ଧ…!

add-all

ରେଶମ ସହର ମହୋତ୍ସବର ଭବ୍ୟ ଉଦଯାପନ ହେଲା ସତ କିନ୍ତୁ ଏହି ସାତ ଦିନରେ କେତେ ଖର୍ଚ୍ଚ କଲା ପ୍ରଶାସନ ହିସାବ ଦେଇ ପାରିବେ ତ…??

ନା ଗୋପାଳପୁର ବେଳାଭୂମି ମହୋତ୍ସବ ରେ ଖର୍ଚ୍ଚ ପରି ନାଲି ଫିତା ତଳେ ଦାବୀ ଦିଆଯିବ…??

ବ୍ରହ୍ମପୁର : ଅସ୍ମିତା ର ଅନନ୍ୟ ବିଶେଷତ୍ଵ ହେଉଛି ପ୍ରତି ମାସ ରେ ଉତ୍ସବ ଉତ୍ସାହ ସୃଷ୍ଟି କରିବା ଏବଂ ଆକର୍ଷଣୀୟ ମଞ୍ଚ ରେ କଳା ସଂସ୍କୃତି ପରମ୍ପରା ନାଚ ଗୀତ ବର୍ଣାଳୀ ଆୟୋଜନ କରି ପୁଳା ପୁଳା ଅର୍ଥ ଖର୍ଚ୍ଚ ଶ୍ରାଦ୍ଧ କରି ଯୁବ ଗୋଷ୍ଠୀ ଙ୍କ ମାନଭଞ୍ଜନ କରିବା କିନ୍ତୁ ଏହା କୁ ନେଇ ବୁଦ୍ଧିଜୀବୀ ମାନେ ଖୁବ୍ କ୍ଷୁବ୍ଧ ଏପରିକି କିଛି ନେତା ମାନେ ମଧ୍ୟ ଏଥିରେ ଖୁସି ନୁହଁନ୍ତି। ବର୍ତ୍ତମାନ ସମୟରେ ବିଶ୍ଵ ପରିସ୍ଥିତି ରେ ଯୁଦ୍ଧ ସମୟରେ ଗ୍ୟାସ୍ ସିଲିଣ୍ଡର୍ ଘୋର ଅଭାବ ରହିଛି କିନ୍ତୁ ବ୍ରହ୍ମପୁର ରେ ସିଲ୍କ ଫେଷ୍ଟିଭାଲ ଓ ସୁଭଦ୍ରା ମେଳା ରେ ଘରୋଇ ସିଲିଣ୍ଡର୍ ଖୁଲମ ଖୋଲା ବ୍ୟବହାର ହୁଏ ଏହା ହିଁ ସତ୍ୟ ଯେ ଜିଲ୍ଲାପାଳଙ୍କ କଥା ଓ କାହାଣୀ ରେ ବଡ ବ୍ୟବଧାନ ଭିତରେ ଘାଣ୍ଟି ହେଉଛି ଉତ୍ସବ ପାଳନ ସଫଳତା କାହାଣୀ । ଆମ କୁ ଗପ ଶୁଣାଇ ଖବର କାଗଜ ପୃଷ୍ଠା ରେ ରଙ୍ଗୀନ ଚିତ୍ର ମିଳୁଛି ଏହା ଏକ ପ୍ରକାର ଛଳନା କରି ଚାଲିଛନ୍ତି ବୋଲି ପ୍ରଶାସନ କୁ ଟାର୍ଗେଟ କରିଛନ୍ତି ସହର ରେ ବୁଦ୍ଧିଜୀବୀ ଓ ନେତା ଙ୍କ ସ୍ୱର ସାଜିଥିବା ବିଜେପି ସରକାର ଙ୍କ ଦଳୀୟ ପଦାଧିକାରୀ। ନୂଆ ସରକାର ଆସିବା ଦିନ ଠୁ ବାର ମାସ ରେ ତେର ପର୍ବ ପାଳନ କରିବା ଭଳି ପରିସ୍ଥିତି ସୃଷ୍ଟି କରିବା ରେ ଭାରତୀୟ ଜନତା ପାର୍ଟି ସରକାର ଙ୍କୁ ପଦକ ହାସଲ ଲକ୍ଷ୍ୟ ରେ ଅଣ୍ଟା ଭିଡ଼ିଚି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ବ୍ରହ୍ମପୁର ସହରରେ ଦୀର୍ଘ ଦିନ ଧରି ଉତ୍ସବ ପାଳନ ର ଧାରା ଜାରି ରହିଛି। ଏକା ପ୍ରକାର ଅସ୍ମିତା ରଙ୍ଗର ରଙ୍ଗୀନ୍ ଖେଳ ପଡ଼ିଆ। ଖେଳ ପଡିଆ କୁ ଟିକେ ବି ବିଶ୍ରାମ ନାହିଁ। ପ୍ରତି ମାସ ରେ ତାର ଦେହ ରେ ଠିଆ ହୁଏ ବଡ଼ ବଡ଼ ତମ୍ବୁ। ଗେରୁଆ ରଙ୍ଗ ର କରିସ୍ମା ଦେଖେଇ ଛୋଟ ରୁ ବଡ ବଡ କାର୍ଯ୍ୟକ୍ରମ ରେ ବିପୁଳ ଅର୍ଥ ଶ୍ରାଦ୍ଧ ଏବଂ ବଡ଼ ରୋଚକ ଖବର ପ୍ରସାରଣ ଲାଗି ସବୁ ପ୍ରକାର ପ୍ରୟାସ ଜିଲ୍ଲା ପ୍ରଶାସନ ଏବଂ ମହାନଗର ନିଗମର କର୍ତ୍ତୃପକ୍ଷ ଯତ୍ନ ନିଅନ୍ତି ଅଥଚ ବର୍ତ୍ତମାନ ସବୁ ଠାରୁ ବଡ଼ କୌତୁହଳ ବିଷୟ ଯେ ଯେତେ ସବୁ ଉତ୍ସବ ପାଳନ କରାଯାଏ ବ୍ରହ୍ମପୁର ସାଂସଦ ଡ ପ୍ରଦୀପ କୁମାର ପାଣିଗ୍ରାହୀ ଙ୍କ ପ୍ରାୟତଃ କୌଣସି ସମୟରେ କାର୍ଯ୍ୟକ୍ରମ ରେ ତାଙ୍କ ଅନୁପସ୍ଥିତି।ଏହି କଥା କୁ ନେଇ ସହର ରେ ଖୁବ୍ ଚର୍ଚ୍ଚା। ତିନିମାସ ତଳେ ଗୋପାଳପୁର ମହୋତ୍ସବ ପାଳନ ସମୟ ରେ ଦୁଇ କିଛି ବିଧାୟକ ଙ୍କ ସମେତ ବ୍ରହ୍ମପୁର ସାଂସଦ ଡ ପ୍ରଦୀପ କୁମାର ପାଣିଗ୍ରାହୀ ଙ୍କ ପ୍ରତି ଉଚିତ୍ ମର୍ଯ୍ୟାଦା ପ୍ରଦାନ ଦେବା ରେ ଜିଲ୍ଲା ପ୍ରଶାସନ ନିକଟ ରେ ଅଭିଯୋଗ ଥିଲା। ଗୋପାଳପୁର ବେଳା ଭୂମି ମହୋତ୍ସବ ରେ କେତେ ଖର୍ଚ୍ଚ ହେଲା ତାହାର ହିସାବ ବର୍ତ୍ତମାନ ସୁଦ୍ଧା ପ୍ରଶାସନ ପାଖରେ ନାହିଁ ସୂଚନା ଆଇନ ରେ ତଥ୍ୟ ମାଗିଲେ ଵି ମିଳୁନି ତଥ୍ୟ l ଯେମିତି ରାଜ ରାଜୁଡା ଢଙ୍ଗରେ ଚାଲିଛି ଶାସନ, କୌଣସି ହିସାବ କିତାବ ନାହିଁ ସବୁ କିଛି ଖୋଲା ଓ ମେଲା ଯେମିତି ଗଞ୍ଜାମ ଜିଲ୍ଲା ରେ ଟଙ୍କା ତିଆରି ମିସିନ ଲାଗିଛି l କୌଣସି ତଥ୍ୟ ପ୍ରଶାସନ କଳ ପାଖରେ ନାହିଁ କୋଟି କୋଟି ଟଙ୍କା ଆତ୍ମସାତ କରିବାରେ ପ୍ରଶାସନ ଆଜି ସିଦ୍ଧହସ୍ତ ଯାହାକି ପ୍ରମାଣିତ l ସୂଚନା ଥାଉକି ସ୍ଥାନୀୟ ବିଧାୟକ ମନ୍ତ୍ରୀ ବିଭୂତି ଜେନା ଙ୍କ ସହ ସାଂସଦ ଡ ପ୍ରଦୀପ କୁମାର ପାଣିଗ୍ରାହୀ ଙ୍କ ମଧ୍ୟ ରେ ଏକ ପ୍ରକାର ଭଲ ସମ୍ପର୍କ ନାହିଁ ଏହା ହିଁ ପ୍ରମାଣିତ ହୋଇ ଥିଲା ଗତ ଗୋପାଳପୁର ବେଳାଭୂମି ମହୋତ୍ସବ ଠାରୁ । ପୁଣି ଏହି କଥା କୁ ନେଇ ଆଲୋଚନା ଯେ ବ୍ରହ୍ମପୁର ସହରରେ ସିଲ୍କ ଫେଷ୍ଟିଭାଲ ରେ ବ୍ରହ୍ମପୁର ସାଂସଦ ହେଲେ ଅଣ ଦେଖା ନା ପ୍ରଶାସନିକ ଅଧିକାରୀ ଙ୍କ ଏହି କାର୍ଯ୍ୟକ୍ରମ ଆୟୋଜନ କୁ ନେଇ କ୍ଷୁବ୍ଧ ଏହା ଏକ ପ୍ରକାର ଆଲୋଚ୍ୟ ବିଷୟ। ଏହି ଉତ୍ସବ ରେ କେତେ ଖର୍ଚ୍ଚ କରାଗଲା ଏହାର ହିସାବ ପ୍ରଶାସନ ଦେଇ ପାରିବ ତ? କାରଣ ବିଗତ ଗୋପାଳପୁର ବେଳାଭୂମି ମହୋତ୍ସବ ର ହିସାବ ଆଜି ସୁଦ୍ଧା ହୋଇନି ଯାହାକି ସୂଚନା ଆଇନ କହୁଛି l ଏପରିକି ପ୍ରଚାର ପ୍ରସାର ପାଇଁ କେତେ ଵିଜ୍ଞାପନ ବାବଦ ରେ ଖର୍ଚ୍ଚ କରାଗଲା ତାହାମଧ୍ୟ ସ୍ଥାନୀୟ ସୂଚନା ଲୋକ ସମ୍ପର୍କ ଅଧିକାରୀ ଙ୍କ ପାଖରେ ନାହିଁ l ଦେଖାଯାଉ ଏହି ଉତ୍ସବ ର ହିସାବ କିତାବ କେବେ ମିଳିବ ତାହା ସମୟ କହିବ l ପୁଣି ଖଲ୍ଲିକୋଟ ଖେଳ ପଡ଼ିଆ ପାଖ ଅଂଚଳରେ ଅନେକ ଭୟଙ୍କର ଶଦ୍ଦ ପ୍ରଦୂଷଣ ନିୟନ୍ତ୍ରଣ ବାହାରେ ଏହି କଥା କୁ ନେଇ କ୍ଷୁବ୍ଧ ଅଞ୍ଚଳବାସୀ। ଏପରିକି ଦୁଇଟି ହଷ୍ଟେଲ ର ଛାତ୍ର ଛାତ୍ରୀ ମାନେ ବର୍ତ୍ତମାନ ରାଜ୍ୟ ଓ ଜାତୀୟ ସ୍ତର ବହୁ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି କିନ୍ତୁ ଜିଲ୍ଲାପାଳ କେଉଁ ପତିସ୍ଥିତି ରେ ଏହି ସିଲ୍କ ଫେଷ୍ଟିଭାଲ ଆୟୋଜନ କରିବା ପାଇଁ ସମ୍ମତି ଦେଲେ ଏହା ହିଁ ବିଡ଼ମ୍ବନା ବ୍ରହ୍ମପୁରର ବିଧାୟକ ଙ୍କ ସମେତ ଗଞ୍ଜାମ ଜିଲ୍ଲାର ବହୁ ବିଧାୟକ ଏପରିକି ଆସିକା ଏବଂ ଫୁଲବାଣୀ ସାଂସଦ ଦୁହେଁ ସିଲ୍କ ଫେଷ୍ଟିଭାଲ ରେ ଯୋଗ ଦେବା ନିମନ୍ତେ ନିମନ୍ତ୍ରିତ ଆସିଥିଲେ ଅଥଚ ଖୋଦ ବ୍ରହ୍ମପୁର ସାଂସଦ ଡ ପ୍ରଦୀପ କୁମାର ପାଣିଗ୍ରାହୀ ଙ୍କ କୌଣସି ଦିନ ରେ ଯୋଗଦାନ କରିବା ପାଇଁ ଆସିବା ପାଇଁ ନିମନ୍ତ୍ରଣ ନ ଥିଲା ପରି ମନେ ହୁଏ। ଏହା ହିଁ ସତ୍ୟ ସନ୍ଧାନ କରି ଖୁବ୍ ଶୀଘ୍ର ପରଦା ହଟିବା ପାଇଁ ଯାଉଚି ଯେ ଗଞ୍ଜାମ ମାଟିର ସ୍ଵାଭିମାନ ପାଇଁ ସ୍ୱର ଉଠେଇ ବିଗତ ସରକାର ଙ୍କ ପାଇଁ ଖୋଲା ଆହ୍ଵାନ ଦେଇ ରାଜ୍ୟରେ ବିଜେପି ସରକାର ଆଣିବାରେ ସକ୍ଷମ” ଲେଖା ଛିଡା “ସଂଳାପ ରଚନା ର ସଫଳ ନାୟକ ଆଜି ଦଳୀୟ ନେତା ଓ ପ୍ରଶାସନିକ ଅଧିକାରୀ ଙ୍କ ପାଇଁ ଆହ୍ୱାନ ର ଶିକାର ! ଯଦି ଏଭଳି ଅବସ୍ଥା ଲାଗି ରହିବ ଆଗାମୀ ଦିନରେ ପୁଣି ଥରେ ଗଞ୍ଜାମ ଜିଲ୍ଲାରେ ଯେଉଁ ପ୍ରକାର ର ରାଜନୀତି ର ବୈଶାଖୀ ଝଡ଼ ବୋହିବ ବିଜେପି ପାଇଁ ଅନେକ ବିପର୍ଯ୍ୟୟ ଆଣିବ ସନ୍ଦେହ ପ୍ରକାଶ କରିବା ପାଇଁ ଅବକାଶ ନାହିଁ…

Leave A Reply

Your email address will not be published.