
ଯାଜପୁର : ସ୍ତ୍ରୀ ରଚିଥିଲା ସ୍ବାମୀ ହତ୍ୟାର ଷଡ଼ଯନ୍ତ୍ର । ପତ୍ନୀ ଶୁଭଶ୍ରୀଙ୍କ ସମେତ ୫ ଜଣଙ୍କୁ ଗିରଫ କଲା ପୋଲିସ । ଗତ ୬ ତାରିଖ ରାତିରେ ଯାଜପୁର କାଳିମେଘା ନିକଟରେ ଯୁବକଙ୍କ ଉପରକୁ ଗୁଳିମାଡ଼ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ମୃତ ସୋମ୍ୟ ସାଗର ସାମଲଙ୍କ ପତ୍ନୀ ରଚିଥିଲେ ହତ୍ୟା ଷଡ଼ଯନ୍ତ୍ର । ପତ୍ନୀ ଶୁଭଶ୍ରୀଙ୍କ ସମେତ ମୋଟ ୫ ଜଣଙ୍କୁ ଗିରଫ କରିଛି ଯାଜପୁର ପୋଲିସ । ଯଯାତି କେଶରୀ ମେଡିକାଲ କଲେଜ ପଛପଟ ବୈତରଣୀ ନଦୀ ପଠାରୁ ଗୁଳିକାଣ୍ଡରେ ବ୍ୟବହୃତ ବନ୍ଧୁକ ଜବତ କରିଛି ପୋଲିସ । କ୍ରାଇମ ସିନ୍ ରିକ୍ରିଏଟ୍ କରିବାକୁ ଅଭିଯୁକ୍ତଙ୍କୁ ଘଟଣା ସ୍ଥଳକୁ ନେଉଛି ପୋଲିସ।
ସେହିପରି ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ବରଗାଁରେ ଗତ ଶନିବାର ସ୍ତ୍ରୀକୁ ହତ୍ୟା କରି ପାଇଖାନା ଟାଙ୍କିରେ ଲୁଚେଇଥିଲା ସ୍ବାମୀ । ପରେ ସ୍ତ୍ରୀ କେଉଁଆଡ଼େ ଚାଲିଗଲା ବୋଲି ଗ୍ରାମବାସୀଙ୍କ ଆଗରେ ଅଭିନୟ କରିଥିଲା ସୁବାଷ । ଗ୍ରାମବାସୀ ବହୁ ପଚାରଉଚରା କରିବାରୁ ୪ ବର୍ଷର ପୁଅ ସବୁ ସତକଥା କହିଥିଲା । ଖବର ପାଇ ରାଇଘର ଥାନା ପୋଲିସ ପହଞ୍ଚି ପାଇଖାନା ଟାଙ୍କିରୁ ମୃତଦେହ ଉଦ୍ଧାର କରିବା ସହ ହତ୍ୟାକାରୀ ସ୍ବାମୀକୁ ଗିରଫ କରିଛି ।