ଶ୍ରୀମନ୍ଦିର ଚାରି ଦ୍ଵାରରେ ହେବ ଲଗେଜ ସ୍କାନର ବ୍ୟବସ୍ଥା

add-all

ପୁରୀ: ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ନେଇ ଗୁରୁତ୍ବପୂର୍ଣ୍ଣ ସମୀକ୍ଷା ବୈଠକ । ଶ୍ରୀମନ୍ଦିର ଚାରିଦ୍ୱାରରେ ମେଟାଲ ଡିଟେକ୍ଟର ଦ୍ବାରା ଯାଞ୍ଚ ହେବ । ଚାରି ଦ୍ଵାରରେ ଖୁବ୍ ଶୀଘ୍ର ଲଗେଜ ସ୍କାନର ବ୍ୟବସ୍ଥା ସହ ଶ୍ରୀମନ୍ଦିର ସୁରକ୍ଷା ନେଇ ପୂର୍ବରୁ NIA ଦେଇଥିବା ପରାମର୍ଶକୁ ମଧ୍ୟ ବୈଠକରେ ଗୁରୁତ୍ଵ ଦିଆଯାଇଛି । ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ସୁରକ୍ଷା ସବ-କମିଟି ଅଧ୍ୟକ୍ଷ ଗିରିଶ ମୁର୍ମୁ ଓ ପୁରୀ ଏସପି ପ୍ରତୀକ ସିଂ ଏବଂ ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ସହ ଅନେକ ଅଧିକାରୀଙ୍କୁ ନେଇ ବୈଠକ ହୋଇଥିଲା ।

ବୈଠକରେ ଶ୍ରୀମନ୍ଦିର ଭିତରେ ଭକ୍ତଙ୍କ ସୁରକ୍ଷିତ ଦର୍ଶନ, ମୋବାଇଲ ଫୋନ୍ କଟକଣା, ଆଣ୍ଟି ଡ୍ରୋନ ଟେକ୍ନୋଲୋଜି ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଥିଲା । ବୈଠକ ପୂର୍ବରୁ ଶ୍ରୀମନ୍ଦିର ସହ ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ପରିଦର୍ଶନ କରି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ ଗିରିଶ ମୁର୍ମୁ ଓ ଅନ୍ୟାନ୍ୟ ଅଧିକାରୀ । ଏଥିସହ ଭିତ୍ତିଭୂମି ଓ ଆଧୁନିକ ଜ୍ଞାନ କୌଶଳ ପ୍ରୟୋଗକୁ ମଧ୍ୟ ଗୁରୁତ୍ଵ ଦିଆଯାଉଥିବା କହିଛନ୍ତି ପୁରି ଏସପି ।

Leave A Reply

Your email address will not be published.