ହଷ୍ଟେଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ମୋବାଇଲରୁ ମିଳିଲା ମୃତ୍ୟୁ ପୂର୍ବର ଭିଡିଓ

add-all

ଭୁବନେଶ୍ବର: ହଷ୍ଟେଲ ଭିତରେ ଝୁଲିପଡ଼ିଲେ ଯୁବତୀ । ଭିଡିଓ କଲରେ ପଠାଇଲେ ମୃତ୍ୟୁ ପୁର୍ବର ଭିଡିଓ । ମୋବାଇଲରୁ ମିଳିଲା ମୃତ୍ୟୁ ପୂର୍ବର ଭିଡିଓ । ଭୁବନେଶ୍ବର ଖାରବେଳନଗର ଥାନା ଇଣ୍ଡଷ୍ଟ୍ରିଆଲ କଲୋନୀରୁ ଯୁବତୀଙ୍କ ମୃତଦେହ ଉଦ୍ଧାର । ମୃତକଙ୍କ ଘର ନୟାଗଡ ଜିଲ୍ଲା ସିଧାମୁଳାରେ । ଏକ ମେଡିସିନ୍ ଷ୍ଟୋରରେ ଆକାଉଣ୍ଟାଣ୍ଟ ଭାବେ କାମ କରୁଥିଲେ । ଯୁବତୀଙ୍କ ରୁମମେଟ ଘରକୁ ଯାଇଥିଲେ । ଆସିବା ପରେ ହଷ୍ଟେଲ ଭିତରେ ତାଙ୍କ ମୃତଦେହ ଦେଖିବାକୁ ପାଇଥିଲେ । ପରିବାର ଲୋକଙ୍କ ଉପସ୍ଥିତିରେ ମୃତଦେହ ଜବତ ସହ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ସହ ତଦନ୍ତ କରୁଛି ପୋଲିସ ।

ସୂଚନାଯୋଗ୍ୟ, ଗତମାସ ନୂଆପଡ଼ାର ବିଜେଡି ନେତା ହରିଶ୍ଚଚନ୍ଦ୍ର ପଣ୍ଡାଙ୍କ ପତ୍ନୀ ପୂଜା ପଣ୍ଡାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ନିଜ ଘର ପଛପଟେ ଥିବା ବେଲଗଛରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ଘଟଣାସ୍ଥଳରେ ନୂଆପଡ଼ା ସଦର ଥାନା ପୋଲିସର ତଦନ୍ତ ଆରମ୍ଭ ହୋଇଥିଲା । ମୃତ୍ୟୁର କାରଣ ଅସ୍ପଷ୍ଟ ଥିଲା।

Leave A Reply

Your email address will not be published.