ସ୍କୁଲ ଗେଟ୍ ଭୁଶୁଡ଼ି ୨ ଛାତ୍ରୀ ମୃତ

add-all

ଗଜପତି:ଗଜପତି ଜିଲ୍ଲା ଆର. ଉଦୟଗିରି ଥାନା ରୁବୁଡିସିଂ ଉଚ୍ଚ ପ୍ରାଥମିକ ସ୍କୁଲ୍‌ରେ ବୁଧବାର ଘଟିଛି ବଡ଼ ଅଘଟଣ। ସ୍କୁଲର ଗେଟ୍ ଭୁଶୁଡ଼ି ପଡ଼ିବାରୁ ୨ ଜଣ ଛାତ୍ରୀଙ୍କର ମୃତ୍ୟୁ ହୋଇଯାଇଛି। ଜଣେ ଚତୁର୍ଥ ଶ୍ରେଣୀ ଛା୍ତ୍ରୀ ହୋଇଥିବା ବେଳେ ଆଉ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀ।

ପିଲାମାନେ ଖେଳୁଥିବା ହଠାତ୍ ଗେଟ୍‌ଟି ଭୁଶୁଡ଼ି ପଡ଼ିଥିଲା। ତାହା ଏହି ଦୁଇ ଛାତ୍ରୀଙ୍କ ଉପରେ ପଡ଼ିଥିଲା। ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ଘଟିଥିଲା। ନିମ୍ନମାନର କାମ ହୋଇଥିବାରୁ ଏପରି ଘଟିଥିବା କୁହାଯାଉଛି।ଖବର ପାଇଁ ଆର. ଉଦୟଗିରି ପୁଲିସ ସ୍କୁଲରେ ପହଞ୍ଚି ତଦନ୍ତ କରିଛି।

ସେହିପରି ନୂଆଗଡ ବିଡିଓ ଓ ତହସିଲଦାର ସ୍କୁଲରେ ପହଞ୍ଚି ଘଟଣାର ତଦନ୍ତ କରିଥିଲେ। ରେଡକ୍ରାସ ପାଣ୍ଠିରୁ ମୃତକଙ୍କ ପରିବାରକୁ ୨୦ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯାଇଛି। କେଉଁ ପରିସ୍ଥିତିରେ ଗେଟ୍‌ ଭୁଶୁଡ଼ିଲା ତା’ର ତଦନ୍ତ ଚାଲିଛି।

Leave A Reply

Your email address will not be published.