ଲୋକସଭାରେ ସମ୍ବିଧାନ ସଂଶୋଧନ ବିଲ୍ ଆଗତ, ଆସନ୍ତାକାଲି ଭୋଟିଂ

add-all

ନୂଆଦିଲ୍ଲୀ : ଲୋକସଭାରେ ସମ୍ବିଧାନ ସଂଶୋଧନ ବିଲ୍ ଆଗତ । ୧୩୧ତମ ସଂଶୋଧନ ବିଲ୍ କୁ ଉପସ୍ଥାପନ କରିବା ପାଇଁ ଲୋକସଭାରେ ଭୋଟ୍ ଗ୍ରହଣ କରାଯାଇଥିଲା । ଏହି ବିଲ୍ ସପକ୍ଷରେ ୨୦୭ ଜଣ ସାଂସଦ ଭୋଟ୍ ଦେଇଥିବାବେଳେ, ୧୨୬ ଜଣ ଏହାକୁ ବିରୋଧ କରିଛନ୍ତି । ବିରୋଧୀ ଦଳର ସଦସ୍ୟମାନେ ଏହି ବିଲ୍ ଆଗତ କରିବା ବିରୋଧରେ ‘ଡିଭିଜନ ଭୋଟ୍’ ପାଇଁ ଦାବି କରିଥିଲେ। ‘ଡିଭିଜନ’ର ଅର୍ଥ ହେଉଛି ଯେତେବେଳେ ସାଂସଦମାନେ କେବଳ ପାଟିରେ ହଁ କିମ୍ବା ନା ନକହି, ବଟନ୍ ଦବାଇ ବା ସ୍ୱତନ୍ତ୍ର ଭାବେ ନିଜର ଭୋଟ୍ ରେକର୍ଡ କରନ୍ତି ।

ସଂସଦର ସ୍ୱତନ୍ତ୍ର ଅଧିବେଶନରେ କେନ୍ଦ୍ର ସରକାର ତିନୋଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ କରିଛନ୍ତି । ଆସନ୍ତାକାଲି ୪ଟା ବେଳେ ତିନିଟି ବିଲ ଉପରେ ଭୋଟିଂ ହେବ । ଏହି ବିଲ୍ ଗୁଡ଼ିକ ଭାରତର ନିର୍ବାଚନ ପ୍ରକ୍ରିୟା ଏବଂ ମହିଳା ସଂରକ୍ଷଣ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛି ।

ପ୍ରଥମ ବିଲ୍ ହେଉଛି ସମ୍ବିଧାନ (୧୩୧ତମ ସଂଶୋଧନ) ବିଲ୍, ୨୦୨୬ । ଏହି ବିଲ୍ ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମହିଳା ସଂରକ୍ଷଣକୁ କାର୍ଯ୍ୟକାରୀ କରିବା । ଲୋକସଭା ଏବଂ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାମାନଙ୍କ ପାଇଁ ୩୩% ଆସନ ସଂରକ୍ଷଣ କରିବାକୁ ଏହି ବିଲ୍ ଆଗତ ହୋଇଛି । ପୂର୍ବରୁ ସଂରକ୍ଷଣ ବ୍ୟବସ୍ଥା ଜନଗଣନା ଏବଂ ସୀମା ନିର୍ଦ୍ଧାରଣ ପରେ ହେବାର ଥିଲା, କିନ୍ତୁ ଏହି ନୂଆ ସଂଶୋଧନ ଦ୍ୱାରା ଏହାକୁ ତ୍ୱରାନ୍ୱିତ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ad-week
Leave A Reply

Your email address will not be published.