ଖାଁ ଖାଁ ଗହୀରମଥା, ଅଣ୍ଡା ନ ଦେଇ ଫେରିଗଲେ ଅଲିଭ ରିଡ଼ଲେ

add-all

ରାଜନଗର : ଅଣ୍ଡା ନଦେଇ ଫେରିଗଲେ ଅଲିଭ ରିଡ଼ଲେ ! ସାମୁଦ୍ରିକ ଅଭୟାରଣ୍ୟ ଗହୀରମଥା ଏବେ ଖାଁ ଖାଁ । ଏପ୍ରିଲ ମାସ ସରିବାକୁ ବସିଲାଣି ମାତ୍ର ଆଜି ଯାଏଁ ବିରଳ ଅଲିଭରିଡଲେ କଇଁଛ ସାମୁହିକ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହେଉନାହାଁନ୍ତି । ଦୀର୍ଘ ଦୁଇ ମାସ ଧରି କୂଳରୁ ୫ଶହ ମିଟର ମଧ୍ୟରେ ଲକ୍ଷାଧିକ ମାଆ କଇଁଛ ଠୁଳ ହୋଇଥିବା ଦୃଶ୍ୟମାନ ହେଉଥିବା ବେଳେ ଗତ ଏକ ସପ୍ତାହ ହେଲା କୂଳରେ ଆଉ କଇଁଛଙ୍କୁ ଦେଖିବାକୁ ମିଳୁନି ।

କୂଳରେ ଅଣ୍ଡା ଦେବା ପାଇଁ ଏକାଠି ହୋଇଥିବା ଲକ୍ଷାଧିକ କଇଁଛ ଏବେ ଗହୀରମଥା ସୀମା ବାହାରକୁ ଚାଲିଗଲେଣି । ଏଭଳି ପରିସ୍ଥିତିରେ ଗହୀରମଥାରେ ଚଳିତବର୍ଷ କଇଁଛଙ୍କ ସମୂହ ଅଣ୍ଡାଦାନ ହେବ ନାହିଁ ବୋଲି ବନବିଭାଗ ଆକଳନ କରିଛି । ଯାହା ପରିବେଶବିତ୍ ଙ୍କୁ ବ୍ୟଥିତ କରିଛି । ଓଡିଶାର ଏକ ମାତ୍ର ସାମୁଦ୍ରିକ ଅଭୟାରଣ୍ୟ ଗହିରମାଥା ଯେଉଁଠିକୁ ପ୍ରାୟ ୫୦ ପ୍ରତିଶତରୁ ଅଧିକ ଅଲିଭି ରିଡ଼ିଲେ କଇଁଛ ଆସିଥାନ୍ତି । ସମୁଦ୍ ର ନୀଳ ଜଳରାଶି ରେ ସେମାନଙ୍କର ମିଳନ ପରେ ବେଳାଭୂମିର ବାଲୁକା ଶଯ୍ୟାରେ ଲକ୍ଷାଧିକ କଇଁଛ ସମୂହ ଅଣ୍ଡାଦାନ କରିଥାନ୍ତି । ମାତ୍ର ୨୦୨୫ ମସିହାରେ ମାର୍ଚ୍ଚ ମାସ ୬ତାରିଖ ରୁ ୧୦ତାରିଖ ପର୍ଯ୍ୟନ୍ତ ୬ଲକ୍ଷରୁ ଅଧିକ କଇଁଛ ସମୁହ ଅଣ୍ଡାଦାନ କରିଥିଲେ ।

ପ୍ରତି ବର୍ଷ ମାର୍ଚ୍ଚ ମାସ ଶେଷ ସପ୍ତାହ ବେଳକୁ ଅଲିଭି ରିଡ଼ିଲେ କଇଁଛ ସମୁହ ଅଣ୍ଡାଦାନ କରିଥାନ୍ତି । ବେଳେ ବେଳେ ଏପ୍ରିଲ ମାସ ପ୍ରଥମ ସପ୍ତାହରେ ମଧ୍ୟ ସମୁହ ଅଣ୍ଡାଦାନ ହୋଇଥାଏ । ମାତ୍ର ଚଳିତ ବର୍ଷ ଏପ୍ରିଲ ତୃତୀୟ ସପ୍ତାହ ଆରମ୍ଭ ହୋଇଥିବା ବେଳେ କଇଁଛ ମାନେ ଅଣ୍ଡା ନଦେଇ ଗହୀରମଥା ସୀମା ବାହାରକୁ ଚାଲି ଯିବା ଘଟଣା ଗହୀରମଥା ପାଇଁ ଶୁଭଙ୍କର ନୁହେଁ ବୋଲି ପରିବେଶବିତ୍ ମାନେ ମତ ଦେଇଛନ୍ତି । କଇଁଛ ମାନେ ଅଣ୍ଡାଦାନ ନକରିବାର କାରଣ କଣ ହୋଇପାରେ ? ଜଳବାୟୁର ପରିବର୍ତ୍ତନ ନା ବନବିଭାଗର ସୁରକ୍ଷା ଢିଲା ପାଇଁ ଫେରିଗଲେ ଅଲିଭ ରିଡ଼ଲେ ? । ୨୦୦୨, ୨୦୦୯ ଓ ୨୦୧୪ରେ ମଧ୍ୟ ଗହିରମାଥାରେ କଇଁଛ ମାନେ ସମୁହ ଅଣ୍ଡାଦାନ କରିନଥିଲେ କହିଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ ଭରଦରାଜ ଗାଓଁକର ।

nis-ad
Leave A Reply

Your email address will not be published.