ମେ ୨୦ ସୁଦ୍ଧା ୮ ହଜାର କର୍ମଚାରୀଙ୍କୁ ଛଟେଇ କରିବ ମେଟା !

add-all

ନୂଆଦିଲ୍ଲୀ : ଏଆଇ ପାଇଁ ଚାକିରି ହରାଇବେ କର୍ମଚାରୀ। ଫେସବୁକ୍ ଏବଂ ଇନଷ୍ଟାଗ୍ରାମର ମୂଳ କମ୍ପାନୀ ଗ୍ଲୋବାଲ୍ ଟେକ୍ ଜାଏଣ୍ଟ ମେଟା ଆଉ ଏକ ବଡ଼ ଧରଣର ଛଟେଇ ପାଇଁ ପ୍ରସ୍ତୁତ ହେଉଛି। ମିଳିଥିବା ସୂଚନା ଅନୁଯାୟୀ ମେଟା ମେ ୨୦ ତାରିଖଠାରୁ ଏହାର ବିଶ୍ୱସ୍ତରୀୟ କର୍ମଚାରୀଙ୍କୁ ପ୍ରାୟ ୧୦ ପ୍ରତିଶତ ହ୍ରାସ କରିବା ଆରମ୍ଭ କରିବ। ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୮,୦୦୦ କର୍ମଚାରୀଙ୍କୁ ଛଟେଇ କରାଯିବ। ମେଟା ସିଇଓ ମାର୍କ ଜୁକରବର୍ଗ କୃତ୍ରିମ ବୁଦ୍ଧିମତ୍ତା (AI) ଉପରେ କମ୍ପାନୀର ସମ୍ପୂର୍ଣ୍ଣ କାର୍ଯ୍ୟକୁ ପୁନର୍ଗଠନ କରୁଛନ୍ତି। ଜୁକରବର୍ଗ ଏଆଇକୁ ନେଇ କୋଟି କୋଟି ଡଲାର ନିବେଶ କରୁଛନ୍ତି। କମ୍ପାନୀ ଏହାର ଉତ୍ପାଦ ଏବଂ ଆଭ୍ୟନ୍ତରୀଣ କାର୍ଯ୍ୟପ୍ରଣାଳୀକୁ ସମ୍ପୂର୍ଣ୍ଣ ଭାବରେ ଏଆଇ-ଚାଳିତ କରିବାକୁ ଲକ୍ଷ୍ୟ ରଖିଛି। କମ୍ପାନୀଗୁଡ଼ିକ ଏବେ ମାନବଶକ୍ତି ଅପେକ୍ଷା ଏଆଇ ଚାଳିତ ଦକ୍ଷତା ଉପରେ ଧ୍ୟାନ ଦେଉଛନ୍ତି। ମେଟାର ଏହି ପଦକ୍ଷେପ ସାମ୍ପ୍ରତିକ ବର୍ଷଗୁଡ଼ିକରେ କମ୍ପାନୀର ସବୁଠାରୁ ବଡ଼ କର୍ମଚାରୀ ହ୍ରାସ ମଧ୍ୟରୁ ଗୋଟିଏ ବୋଲି ବିଶ୍ୱାସ କରାଯାଉଛି।

ad-week
Leave A Reply

Your email address will not be published.