ବ୍ରହ୍ମପୁର ଷ୍ଟେସନରୁ ସଂଖ୍ୟାଲଘୁ ସଂପ୍ରଦାୟର ୩୪ ଛାତ୍ରଙ୍କୁ ଉଦ୍ଧାର କଲା ଆରପିଏଫ…

add-all

ଭୁବନେଶ୍ବର: ବ୍ରହ୍ମପୁର ଷ୍ଟେସନରୁ ୩୪ ଛାତ୍ର ଉଦ୍ଧାର। ହାୱଡ଼ା-ସିକନ୍ଦରାବାଦ ଫାଲକନାମା ଏକ୍ସପ୍ରେସରୁ ୩୪ ଜଣ ସଂଖ୍ୟାଲଘୁ ସଂପ୍ରଦାୟର ଛାତ୍ରଙ୍କୁ ଉଦ୍ଧାର କଲା ଆରପିଏଫ । ୩୪ ଜଣ ଛାତ୍ର ପଶ୍ଚିମବଙ୍ଗ ଓ ବିହାର ଅଞ୍ଚଳର ହୋଇଥିବା ସୂଚନା।  ଛାତ୍ର ମାନେ ପଶ୍ଚିମବଙ୍ଗରୁ ହାଇଦ୍ରାବାଦ ଯାଉଥିବା ପ୍ରାଥମିକ ତଦନ୍ତରୁ ସୂଚନା ପାଇଛି ଜିଆରପି । ହାଇଦ୍ରାବାଦକୁ ସେମାନେ ପାଠ ପଢ଼ିବାକୁ ଯାଉଥିବା କହିଛନ୍ତି । ଉଦ୍ଧାର ଛାତ୍ରଙ୍କୁ ପରେ ଜିଆରପିକୁ ହସ୍ତାନ୍ତର କରାଯାଇଛି । ତେବେ କଣ ପାଇଁ ସେମାନେ ପଶ୍ଚିମବଙ୍ଗରୁ ହାଇଦ୍ରାବାଦ ଯାଉଥିଲେ ସେନେଇ ତଦନ୍ତ ଜାରି ରଖିଛି ଜିଆରପି ।

ସୂଚନାଯୋଗ୍ୟ, ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରେଲୱେ ଷ୍ଟେସନରୁ ଉଦ୍ଧାର ହୋଇଥିଲେ ୩ ଛାତ୍ର । ଥଣ୍ଡା ପାନୀୟରେ ନିଶା ଦେଇ ଲୁଟ୍ । ଷ୍ଟେସନରୁ ଅଚେତ ଅବସ୍ଥାରେ ୩ ଛାତ୍ର ଉଦ୍ଧାର । ଜଣେ ଛାତ୍ର ନିଖୋଜ ଥିଲା । ଛାତ୍ରମାନଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ସମ୍ବଲପୁର ବରାଇପାଲିରେ SSC ପରୀକ୍ଷା ଥିଲା । ସେଥିପାଇଁ ବେଳପଡା ଥାନା ଅଞ୍ଚଳର ରେଙ୍ଗାଲି ଗାଁର ବଳରାମ ମେହେର, ସୁବାଷ ମେହେର, ଥୁଡିବାହାଲ ଗାଁର ଆନନ୍ଦ ଭୋଇ, ପାଲେସିରା ଗାଁର ବଲବନ୍ତ କୁଅର ଓ ପଲ୍ଲୀମାଲ ଗାଁର ସିଶୀଳ ମହାନନ୍ଦ ସମସ୍ତେ ପରୀକ୍ଷା ଦେବାକୁ ଯାଇଥିଲେ। ପରୀକ୍ଷା ସାରି ଛାତ୍ରମାନେ ଗତକାଲି ରାତିରେ ଇସ୍ପାତ ଟ୍ରେନ ଯୋଗେ କଣ୍ଟାବାଞ୍ଜିକୁ ଆସିଥିଲେ । ୫ ଜଣ ଛାତ୍ର କଣ୍ଟାବାଞ୍ଜି ଷ୍ଟେସନରେ ଓହ୍ଲାଇ ୱେଟିଙ୍ଗ ହଲରେ ବସିଥିଲେ । ସେହି ସମୟରେ ଜଣେ ଅଚିହ୍ନା ବ୍ୟକ୍ତି ଥଣ୍ଡା ପାନୀୟରେ ନିଶାଦ୍ରବ୍ୟ ମିଶାଇ ସେମାନଙ୍କୁ ପିଇବାକୁ ଦେଇଥିଲା । ସେମାନଙ୍କୁ ମଧ୍ୟରୁ ୪ଜଣ ଥଣ୍ଡା ପିଇଥିବା ବେଳେ ଜଣେ ଛାତ୍ର ପିଇ ନଥିଲେ । ପରେ ସମସ୍ତ ଛାତ୍ର ଶୋଇପଡ଼ିଥିଲେ ।

nis-ad
Leave A Reply

Your email address will not be published.