ଘୂର୍ଣ୍ଣିଝଡ ଯୋଗୁ ମଝି ଆକାଶରେ ଦୋହଲିଲା ବିମାନ, ଯାତ୍ରୀ ଆତଙ୍କିତ

add-all

ବେଙ୍ଗାଲୁରୁ : ଫ୍ଲାଏ୯୧ ଏୟାରଲାଇନ୍ସର ଏକ ବିମାନ ସୋମବାର ହାଇଦରାବାଦରୁ କର୍ଣ୍ଣାଟକର ହୁବାଲି ଯାତ୍ରା କରୁଥିବାବେଳେ ମଝି ଆକାଶରେ ପ୍ରବଳ ଘୂର୍ଣ୍ଣିଝଡର ସମ୍ମୁଖୀନ ହୋଇଥିଲା। ଖରାପ ପାଣିପାଗର ମୁକାବିଲା କରିବାକୁ ପାଇଲଟ ସମସ୍ତ ଉଦ୍ୟମ କରିଥିବା ସତ୍ତ୍ବେ ବିମାନଟି ଜୋରରେ ଦୋହଲିବାକୁ ଲାଗିଥିଲା। ଫଳରେ ବିମାନରେ ଥିବା ଯାତ୍ରୀମାନେ ଆତଙ୍କିତ ହୋଇପଡିଥିଲେ। ବିମାନରେ ଥିବା ଜଣେ ମହିଳା ଯାତ୍ରୀ ଜୋରରେ କାନ୍ଦୁଥିବାର ଭିଡିଓ ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବାରେ ଲାଗିଛି। ୨୨ ଜଣ ଯାତ୍ରୀଙ୍କୁ ନେଇ ଉକ୍ତ ବିମାନଟି ଅପରାହ୍ଣ ୩ଟାରେ ହାଇଦରାବାଦରୁ ଉଡାଣ ଆରମ୍ଭ କରିଥିଲା। ଅପରାହ୍ଣ ୪ଟା ୩୦ ମିନିଟରେ ଏହା ହୁବାଲିରେ ପହଞ୍ଚିବା କଥା। ତେବେ ପ୍ରବଳ ବର୍ଷା ଓ ଖରାପ ପାଣିପାଗ ଯୋଗୁଁ ବିମାନଟି ଅବତରଣ କରିପାରିନଥିଲା। ଫଳରେ ନିୟମ ଅନୁଯାୟୀ ଆକାଶରେ ଘଣ୍ଟାଏ ପର୍ଯ୍ୟନ୍ତ ଉଡିବାକୁ ଏଟିସି (ଏୟାର ଟ୍ରାଫିକ କଣ୍ଟ୍ରୋଲ) ପକ୍ଷରୁ ପାଇଲଟଙ୍କୁ ନିର୍ଦେଶ ଦିଆଯାଇଥିଲା। ତଥାପି ସ୍ଥିତି ସ୍ବାଭାବିକ ନ ହେବାରୁ ବିମାନର ଗତିପଥ ପରିବର୍ତ୍ତନ କରାଯାଇ ଏହାକୁ ବେଙ୍ଗାଲୁରୁରେ ଅବତରଣ କରାଯାଇଥିବା ଜଣାପଡିଛି।

ad-week
Leave A Reply

Your email address will not be published.