ପୂର୍ବାଞ୍ଚଳ ଏକ୍ସପ୍ରେସ ୱେରେ ବାୟୁସେନାର ଲଢୁଆ ବିମାନ କରିବ ଟଚ୍ ଆଣ୍ଡ ଗୋ ଅଭ୍ୟାସ

add-all

ଉତ୍ତରପ୍ରଦେଶ : ସୁଲତାନପୁରର ଆରବଳୀ-କିରି କରୱତ ସ୍ଥିତ ଏୟାରଷ୍ଟ୍ରିପରେ ଆଜିଠାରୁ ବାୟୁସେନାର ଦୁଇ ଦିବସୀୟ ସ୍ବତନ୍ତ୍ର ଅଭ୍ୟାସ ଆରମ୍ଭ ହେବ । ଅପରାହ୍ନ ୨ଟାରୁ ଆରମ୍ଭ ହେବ ଅଭ୍ୟାସ । ଭାରତୀୟ ବାୟୁସେନାର ଲଢୁଆ ବିମାନ ଏକ୍ସପ୍ରେସ-ୱେକୁ ବିକଳ୍ପ ରନୱେ ଭାବେ ବ୍ୟବହାର କରାଯାଇ ‘ଟଚ୍ ଆଣ୍ଡ ଗୋ’ ଅଭ୍ୟାସ କରିବ । ବାୟୁସେନାର ମିରାଜ, ରାଫେଲ ଏବଂ ଜାଗୁଆର ଏବଂ ତେଜସ୍ ଭଳି ବିମାନ ଏହି ଅଭ୍ୟାସରେ ସାମିଲ ହେବ ।

ସ୍ଥାନୀୟ ପ୍ରଶାସନ ଏବଂ ବାୟୁସେନା ଅଧିକାରୀ ଘଟଣା ସ୍ଥଳ ତଦାରଖ କରି ଶେଷ ପର୍ଯ୍ୟାୟର ରୂପ ଦେଇଛନ୍ତି । ସେନା ପକ୍ଷରୁ ହେଲିକପ୍ଟରରୁ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥା ଏବଂ ଟେକନିକ୍ ଇତ୍ୟାଦି ନିରୀକ୍ଷଣ କରିଛନ୍ତି । ଯୁଦ୍ଧ ସମୟରେ ଆପତ୍ତକାଳୀନ ଲ୍ୟାଣ୍ଡିଂ କ୍ଷମତା ଏବଂ ଅଧିକ ମଜବୁତ କରିବା ଉଦ୍ଦେଶ୍ୟରେ ଆୟୋଜିତ କରାଯାଉଛି ।

ଏହି ସ୍ବତନ୍ତ୍ର ଅଭ୍ୟାସରେ ବାୟୁସେନାର ସୁଖୋଇ-୩୦ ଏମକେଆଇ, ମିରାଜ-୨୦୦୦ ଏବଂ ଜାଗୁଆର ଭଳି ଲଢୁଆ ବିମାନ ଦମ୍ ଦେଖାଇ ଟଚ୍ ଆଣ୍ଡ ଗୋ୍ ଡ୍ରିଲ କରିବ । ଲଢୁଆ ବିମାନ ସହିତ ସି-୨୯୫ ଏବଂ ଏଏନ-୩୨ ଭଳି ମାଲବାହୀ ଜାହାଜ ମଧ୍ୟ ଏକ୍ସପ୍ରେସ ୱେର ଏୟାରଷ୍ଟ୍ରିପରେ ଲ୍ୟାଣ୍ଡିଂ ଏବଂ ଅଭ୍ୟାସ କରିବ । ଏହା ଯୁଦ୍ଧାଭ୍ୟାସ କଠିନ ପରିସ୍ଥିତିରେ ରାସ୍ତାରେ ରନୱେ କରିବା ପାଇଁ ପ୍ରସ୍ତୁତି କରାଯାଉଛି ।

ଅଭ୍ୟାସ ପାଇଁ ପୂର୍ବାଞ୍ଚଳ ଏକ୍ସପ୍ରେସ ୱେର ଯିବାଆସିବା କରୁଥିବା ଲୋକଙ୍କ ପାଇଁ ରୁଟ୍ ଡାଇଭର୍ଜନ କରାଯାଇଛି । ଏୟାରଷ୍ଟ୍ରିପ ନିକଟ ଅଞ୍ଚଳରେ ସୁରକ୍ଷା ଏଜେନ୍ସୀ ନଜର ରଖିଛି । ସ୍ଥାନୀୟ ଲୋକ ଅଭ୍ୟାସକୁ ନେଇ ଉତ୍ସାହିତ ରହିଛନ୍ତି ।

nis-ad
Leave A Reply

Your email address will not be published.