ବିଜେପିରେ ମିଶିଲା ପରେ ହରଭଜନ ସିଂଙ୍କ Z+ ସୁରକ୍ଷା ହଟାଇଲେ ପଞ୍ଜାବ ସରକାର

add-all

ପଞ୍ଜାବ : ଆମ୍ ଆଦମୀ ପାର୍ଟି ଛାଡିବା ପରେ ରାଜ୍ୟସଭା ସାଂସଦ ହରଭଜନ ସିଂଙ୍କୁ ବଡ଼ ଝଟକା ଦେଇଛନ୍ତି ପଞ୍ଜାବ ସରକାର । ପଞ୍ଜାବ ସରକାର ହରଭଜନ ସିଂଙ୍କ Z+ ସୁରକ୍ଷାକୁ ହଟାଇ ଦେଇଛନ୍ତି । ହରଭଜନ ସିଂଙ୍କ ପିଏକୁ ତାଙ୍କ ସୁରକ୍ଷା ଫେରାଇ ନେବା ବିଷୟରେ ସୂଚନା ଦେଇଛନ୍ତି ।

ହରଭଜନ ସିଂଙ୍କ ପିଏ ମନଦୀପ ସିଂ କହିଛନ୍ତି, ପଞ୍ଜାବ ସରକାର ପୂର୍ବତନ କ୍ରିକେଟର ତଥା ରାଜ୍ୟସଭା ସାଂସଦଙ୍କ ସୁରକ୍ଷା ହଟାଇ ଦେଇଛନ୍ତି । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ପରେ ହରଭଜନ ସିଂଙ୍କ ଜଳନ୍ଧର ସ୍ଥିତ ଘର ବାହାରେ ଥିବା ସୁରକ୍ଷାକର୍ମୀଙ୍କୁ ହଟାଇ ଦିଆଯାଇଛି । ହରଭଜନ ସିଂ ଆପ୍ ପାର୍ଟି ଛାଡିବା ପରେ ପଞ୍ଜାବର ମାନ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

ହରଭଜନ ଆପ୍ ଛାଡିବା ପରେ ପଞ୍ଜାବରେ ତାଙ୍କ ଘର ବାହାରେ ପଞ୍ଜାବର ଗଦ୍ଦାର ବୋଲି ଲେଖାଯାଇଥିଲା । ହରଭଜନ ସିଂ ଆପ୍ ଛାଡି ବିଜେପିରେ ସାମିଲ ହୋଇଛନ୍ତି । ଆପ୍ ତରଫରୁ ସେ ରାଜ୍ୟସଭାକୁ ଯାଇଥିଲେ । ନିକଟରେ ରାଘବ ଚଢାଙ୍କ ସହିତ ଆପ୍ ର ୭ ରାଜ୍ୟସଭା ସାଂସଦ ପାର୍ଟି ଛାଡିଛନ୍ତି । ତେବେ ଆପ୍ ର ୭ ସାଂସଦ ଛାଡିବା ପରେ ପାର୍ଟି ବେଶ୍ ଚିନ୍ତାରେ ରହିଛି । ରାଘବ ଚଢା, ହରଭଜନ ସିଂ, ସ୍ବାତି ମାଲିୱାଲ, ଅଶୋକ ମିତ୍ତଲ, ରାଚିନ୍ଦର ଗୁପ୍ତା ସହ ଅନେକ ସାଂସଦ ପାର୍ଟି ଛାଡିଛନ୍ତି ।

nis-ad
Leave A Reply

Your email address will not be published.