କେନ୍ଦ୍ରୀୟ ଶ୍ରମିକ ସଂଗଠନ ଏଚ ଏମ ଏସ ସଭାର କନ୍ଧମାଳ ଜିଲ୍ଲା ଶାଖା ଆବାହକ ହେଲେ ସତ୍ୟ ନାରାୟଣ ବେହେରା…

add-all

ଫୁଲବାଣୀ: ଭାରତ ବର୍ଷର ପ୍ରମୁଖ ଅଗ୍ରଣୀ ଶ୍ରମିକ ସଂଗଠନ ହିନ୍ଦ ମଜଦୁର ସଭାକୁ ରାଜ୍ୟରେ କ୍ରିୟାଶୀଳ କରିବା ପାଇଁ ରାଜ୍ୟ ସଂଗଠନ ପକ୍ଷରୁ ଶ୍ରୀ ସତ୍ୟ ନାରାୟଣ ବେହେରାଙ୍କୁ କନ୍ଧମାଳ ଜିଲ୍ଲା ଆବାହକ ରୂପେ ନିଷ୍ପତି କରାଯାଇଛି। ଶ୍ରୀ ବେହେରା କନ୍ଧମାଳ ଜିଲ୍ଲାର ବିଭିନ୍ନ ଅସଂଗଠିତ ଶ୍ରମିକ ମାନଙ୍କୁ ସଂଗଠିତ କରିବାକୁ ଦାୟିତ୍ବ ପ୍ରଦାନ କରାଯାଇଛି । ଏହି ଦାୟିତ୍ଵ ଏଚ ଏମ ଏସର ଉପସଭାପତି ରବିରଥ ପତ୍ର ସଂଖ୍ୟା ୪/୨୨ମାଧ୍ୟମରେ ଅବଗତ କରାଇଛନ୍ତି । ଶ୍ରୀ ବେହେରା ଏକାଧାରରେ ବହୁ ଅନୁଷ୍ଠାନର ଦାୟିତ୍ବ ତୁଲାଉଥିବା ଜଣେ ଜଣାଶୁଣା ଅତି ପରିଚିତ ବରିଷ୍ଠ ଆଇନଜୀବୀ ସହିତ ଆମ୍ବେଦକର ମହାବିଦ୍ୟାଳୟ ଖଜୁରୀପଡ଼ାର ପ୍ରତିଷ୍ଠାତା ଓ ଉପସଭାପତି ଥିବାବେଳେ ଏକ ଆରମି ସଂଘ ଖଜୁରୀପଡା, ଘାଷି ସମାଜ କଲ୍ୟାଣ ସମିତି କନ୍ଧମାଳ, ତୈଳିକ ସମାଜ ସାରଙ୍ଗଡ଼,କନ୍ଧ ଗୌଡ ସମାଜ ବିକାଶ ସମିତି ବଲସକୁମ୍ପା ଖଜୁରୀପଡା, ମା ମଙ୍ଗଳା ପୂଜାରୀ ଖଣ୍ଡାୟତ ସମାଜ ବାଲିଗୁଡା କନ୍ଧମାଳ, କନ୍ଧ ଗୌଡ ସମାଜ ସେବା ସମିତି କନ୍ଧମାଳ, ମା ସୁରାଦେଇ ମହିଳା ସଂଗଠନ କେନପାକୁ ଫୁଲବାଣୀ, ମା ଠାକୁରାଣୀ ଅଟୋ ସଂଘ ଗୁଟିଙ୍ଗିଆ କନ୍ଧମାଳ, ମା ବ୍ୟାଘ୍ରଦେବୀ ଦଳପତି ଖଣ୍ଡାୟତ ସମାଜ ବାଲିଗୁଡା, ଜିଲ୍ଲା ଗାଁ ସାଥ୍ ମେଟ ସଂଘ କନ୍ଧମାଳ ପରି ଅଗ୍ରଣୀ ସଂଘର ଉପଦେଷ୍ଟା ରହିଥିବା ବେଳେ ସାପ୍ତାହିକ ସର୍ବ ପୁରାତନ ଖବର କାଗଜ ନବୀନର କନ୍ଧମାଳ ଜିଲ୍ଲା ପ୍ରତିନିଧ୍, ପ୍ରତିଷ୍ଠାତା ତଥା ଆବାହକ ମହାକାଳେଶ୍ଵର ମନ୍ଦିର କମିଟି ଏଫ ସିଆଇ ଛକ ଫୁଲବାଣୀ, ପୂର୍ବତନ କାର୍ଯ୍ୟକାରୀ ସଭାପତି ଜିଲ୍ଲା ପାଣ ସମାଜ କନ୍ଧମାଳ ଏଥି ସହିତ ଜିଲ୍ଲା ପ୍ରେସ କ୍ଲବ ଫୁଲବାଣୀର ଉପସଭାପତି ଏବଂ ଜିଲ୍ଲା କନ୍ଧମାଳ ମିଡିଆ ଫୋରମ,ହରିଜନ କର୍ମଚାରୀ ସଂଘ କନ୍ଧମାଳର ଆଇନ ପରାମର୍ଶ ଦାତା ଏବଂ କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ଜାଗ୍ରତ କନ୍ଧମାଳ ଓଡ଼ିଶାର ପ୍ରତିଷ୍ଠାତା ତଥା ସାଧାରଣ ସମ୍ପାଦକ ଭାବେ ଦାୟିତ୍ବ ତୁଲାଉ ଥିବା ବେଳେ ଏବେ ତାଙ୍କରି ଉପରେ ଆଉ ଏକ ଦାୟିତ୍ଵ ଦିଆଯାଇଛି । ଏନେଇ ସବୁ ଅନୁଷ୍ଠାନ ପକ୍ଷରୁ ଶୁଭେଚ୍ଛା ବାର୍ତାର ସୁଅ ଛୁଟିଛି ।

ad-week
Leave A Reply

Your email address will not be published.