କବିସୂର୍ଯ୍ୟ ନଗର ଶିଶୁ ଉଦ୍ୟାନ ନିର୍ମାଣ ରେ ଦୁର୍ନୀତି ର ଗନ୍ଧ : କାର୍ଯ୍ଯର ତଦନ୍ତ ପାଇଁ ଅଭିଯୋଗ…

add-all

ବ୍ରହ୍ମପୁର : କବିସୂର୍ଯ୍ୟନଗର ଏନ୍ଏସିର ଅରବିନ୍ଦ ନଗର ନିକଟରେ ନିର୍ମାଣ ହୋଇଥିବା ଶିଶୁ ଉଦ୍ୟାନ କାର୍ଯ୍ଯର ତଦନ୍ତ ପାଇଁ ସାମାଜିକ କର୍ମୀ ତଥା ଫରୱାର୍ଡ ବ୍ଲକ ଗଞ୍ଜାମ ଜିଲ୍ଲାର ସାଧାରଣ ସମ୍ପାଦକ ସମରଜିତ୍ ମହାନ୍ତି ଅଭିଯୋଗ କରିଛନ୍ତି। କେଉଁ କେଉଁ ଅନୁଦାର ଅର୍ଥ ଶିଶୁ ଉଦ୍ୟାନରେ ଖର୍ଚ୍ଚ ହୋଇଛି ,ଟେଣ୍ଡର ଫିକ୍ସିଙ୍ଗ ହୋଇଛିକି ନାହିଁ,ଶିଶୁଙ୍କ ପାଇଁ କିଣା ଯାଇଥବା କ୍ରୀଡା ଉପକରଣ ବଜାର ମୂଲ୍ଯ ଠାରୁ ଅଧିକ ହୋଇଛି କି ନାହିଁ ଏବଂ ଏଗ୍ରିମେଣ୍ଟ ଅନୁଯାଇ କାର୍ଯ୍ଯ ହୋଇଛିକି ନାହିଁ ତାର ତଦନ୍ତ ପାଇଁ ଶ୍ରୀ ମହାନ୍ତି ମୁଖ୍ୟମନ୍ତ୍ରୀ,ପ୍ରମୁଖ ସଚିବ, ଗୃହ ଓ ନଗର ଉନ୍ନୟନ ବିଭାଗ, ନିର୍ଦ୍ଦେଶକ ଭିଜିଲାନ୍ସ, ଓଡିଶା,ଗଞ୍ଜାମ ଜିଲ୍ଲାପାଳ ଓ ଏସପି, ଭିଜିଲାନ୍ସ, ବ୍ରହ୍ମପୁରଙ୍କୁ ଅଭିଯୋଗ ପତ୍ର ପଠାଇଛନ୍ତି। ତଦନ୍ତରେ ଅବହେଳା ହେଲେ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନିଆଯିବ ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.